Latest Odisha News

BREAKING NEWS

Browsing Tag

COVID-19

ଡିଏସପିଙ୍କ ପରିବାରରେ ୪ କରୋନା ପଜିଟିଭ୍ ଚିହ୍ନଟ !

କଟକ: କଟକ ଜିଲ୍ଲାର ଆଠଗଡ଼ ସବ ଡିଭିଜନରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି)ଙ୍କ ପରିବାରର ୪ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଭାବେ ଏହି ସବ ଡିଭିଜନରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା…

ରାଜଧାନୀର ରୁଚିକା ନର୍ସିଂହୋମରେ ପଡିଲା ତାଲା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ରୁଚିକା ନର୍ସିଂ ହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂ ହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ କରିଥିଲେ । ନର୍ସିଂ ହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା ।…

ଆସନ୍ତା ୩ ତାରିଖରୁ ୫ ଯାଏଁ ମାଲକାନଗିରି ସଟଡାଉନ୍

ମାଲକାନଗିରି: ମାଲକାନଗିରିରେ ହେବ ଦୁଇ ଦିନିଆ ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ମାଲକାନଗିରି ସଟଡାଉନ୍ ହେବ । ଏନେଇ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ…

ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବୁଧବାର ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫୩ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । The total recovered cases…

ମାନିଲେନି ନିୟମ: ବନ୍ଦ ହେଲା ଜିମ୍‌, ଶ୍ରୀଲେଦର, ପଣ୍ଡା, ମାକ୍ସ ଦେଲେ ଫାଇନ୍‌

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସରକାରଙ୍କ ନୂଆ ଗାଇଡଲାଇନ୍ । ଆଉ ପ୍ରଥମ ଦିନରେ ହିଁ କଡାକଡି ହୋଇଛି ଯାଂଚ୍ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅଲଟାଇମ୍ ଫିଟନେଓ ଜିମକୁ ସିଲ କରିଛି ବିଏମସି । ଖଣ୍ଡଗିରି ଆଇଟିଇଆର କଲେଜ ନିକଟରେ ଥିବା ଏହି ଜିମ୍ ନିୟମ ନମାନି ଖୋଲା…

କରୋନା ଆତଙ୍କ: ଗଞ୍ଜାମରେ ପଜିଟିଭ୍ ଚିହ୍ନଟ ହେଲେ ଆହୁରି ୯ ପୋଲିସ କର୍ମଚାରୀ

ବ୍ରହ୍ମପୁର: ବ୍ରହ୍ମପୁରରେ ଆହୁରି ୯ଜଣ ପୋଲିସ କର୍ମଚାରୀ ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପୂର୍ବରୁ ଏହି ପୋଲିସ କର୍ମଚାରୀମାନଙ୍କର ସ୍ୱାବ ନମୂନା ପରୀକ୍ଷା ଲାଗି ପଠାଯାଇଥିଲା । ଆଜି ସେଗୁଡ଼ିକ ପଜିଟିଭ୍ ଚିହ୍ନଟ ହୋଇଛି ।…

ଅନଲକ୍ ୨.୦ରେ କ’ଣ ସବୁ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଅନଲକ୍ ୨.୦ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଜୁଲାଇ ୧ ତାରିଖ ଅର୍ଥାତ୍ ବୁଧବାର ଦିନ ଠାରୁ ଏହି ଗାଇଡ଼ଲାଇନ୍ ପାଳନ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁଯାୟୀ, ଆସନ୍ତା ଜୁଲାଇ…

ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, କଲେଜ, ବନ୍ଦ ହେବ କ୍ୱାରେଂଟିନ୍ ସେଣ୍ଟର

ଭୁବନେଶ୍ୱର: ଜୁଲାଇ ମାସ ପାଇଁ ଦେଶରେ ଜାରି ହୋଇଛି ଅନ୍‌ଲକ-୨ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଏବେ ରାଜ୍ୟରେ ଖୋଲିବନି ସ୍କୁଲ, କଲେଜ ଖୋଲିବ ନାହିଁ। ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ,…

୧୦ ଜିଲ୍ଲାରେ ଶନି ଓ ରବିବାର ସଟ୍‌ଡାଉନ

ଭୁବନେଶ୍ୱର: ଦେଶରେ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ ଅନ୍‌ଲକ ୨ । ତେବେ ଏହାରି ଭିତରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଜୁଲଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ୍‌ଡାଉନ୍ ବଳବତ୍ତର ରହିବ । ତେବେ ଏହି କଟକଣା…

ରାଜ୍ୟରେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ

ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳିନ କର୍ଫ୍ୟୁ ସମୟ । ଏଣିକି ଆଉ ସନ୍ଧ୍ୟା ୭ଟାରୁ ୫ଟା ନୁହେଁ ରାତି ୯ରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ…