Latest Odisha News

BREAKING NEWS

Browsing Tag

Covid Vaccination

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାର ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ ଡିସେମ୍ବର ଶେଷ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୩୨୦ ଜଣ ନୂଆ…

ଓଡ଼ିଶାରେ ୪୫ ଦିନରେ ଦିଆଯାଇଛି ୧୦ ଲକ୍ଷ ଡୋଜରୁ ଅଧିକ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ । ବର୍ତ୍ତମାନ ସୁଦ୍ଧା ଦିଆଗଲାଣି ୧୦ ଲକ୍ଷ ଡୋଜରୁ ଅଧିକ ଟିକା । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ପର୍ୟ୍ୟାୟ କ୍ରମେ ଟିକାକରଣ ହୋଇଛି । ମାତ୍ର ୪୫ ଦିନ ଭିତରେ ୧୦ ଲକ୍ଷ କୋଭିଡ୍ ଟିକା ଦିଆଯାଇଛି । ଏନେଇ…

ଦୁଇ ଦିନରେ ରାଜ୍ୟରେ ଟିକା ନେଲେଣି ୩୩ହଜାର ୩୧୫ ଜଣ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ୟ୍ୟାୟ ଟିକାରଣ । ଏବେ ବୟସ୍କ ବ୍ୟକ୍ତଙ୍କୁ ଟିକା ଦିଆଯାଉଛି । ଦୁଇ ଦିନରେ ରାଜ୍ୟରେ ୩୩ହଜାର ୩୧୫ ଜଣ ଟିକା ନେଇଛନ୍ତି । ଗତକାଲି ୬୦ ବର୍ଷରୁ ଅଧିକ ୨୦ହଜାର ୯୫୨ ଜଣଙ୍କର ଟିକା ନେଇଛନ୍ତି । ବହୁବିଧ ରୋଗରେ ପୀଡ଼ିତ ୪୫ରୁ ୫୯ ବର୍ଷ ଭିତରେ ୭୭୪…

ସହରରେ ୫ ଦିନ, CHCରେ ୩ ଦିନ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ଗତକାଲି ସୋମବାର ମୋଟ ୨୧ ହଜାର ୯୧୪ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୋମବାର ୬୦ ବର୍ଷରୁ ଅଧିକ ବୟସ୍କ ୧୧ ହଜାର ୨୮୯ ଜଣ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି…

କରୋନା ଟିକାକରଣ; ଏପର୍ଯ୍ୟନ୍ତ ଦିଆଯାଇଛି ୧.୦୮ କୋଟି ଡୋଜ; ୧୨ ଟି ରାଜ୍ୟରେ ୭୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀଙ୍କୁ…

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଟିକାକରଣ ଅଭିଯାନରେ ଦେଶରେ ଏପର୍ଯ୍ୟନ୍ତ ୧.୦୮ କୋଟି ଟିକା ଦିଆଯାଇଛି। ଶନିବାର ଦିନ ଦିଆଯାଇଥିବା ୧.୮୬ ଲକ୍ଷ ଡୋଜ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ…

ରାଜ୍ୟରେ ଆଜିଠୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜିଠାରୁ ଦ୍ୱିତୀୟ ଡୋଜ ଦିଆଯିବ । ନିର୍ଦ୍ଧାରିତ ତାରିଖ ଅନୁସାରେ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ । ଯେଉଁମାନେ କୋଭିସିଲ୍ଡ…

ଟିକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି

ବ୍ରହ୍ମପୁର: ଆଜିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜି ଟିକା ନେଇଛନ୍ତି ଜିଲ୍ଲାପାଳ ଓ ଏସପି। ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସପି ବ୍ରିଜେସ…

୧୯ ଦିନରେ ଦେଶରେ ପାଖାପାଖି ୪୫ଲକ୍ଷ ଲୋକଙ୍କୁ ଟିକାଦାନ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଚଳାଇଛି ଭାରତ । ଜୋରଦାର ଚାଲିଛି କୋଭିଡ୍ ଟିକାକରଣ । ୧୯ ଦିନ ଭିତରେ ଦେଶେର ପାଖାପାଖି ୪୫ ଲକ୍ଷ ଲୋକଙ୍କୁ ଟିକା ଦିଆଗଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୪୯ହଜାର ୫୫୨…

ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍ । ସେମାନଙ୍କ ଅଫିସରେ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ…

ଆଜିଠୁ ରାଜ୍ୟରେ ୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ । ଫେବ୍ରୁଆରି ୨ ତାରିଖ ଯାଏଁ ରାଜ୍ୟରେ କୋଭିଡ୍ ଟିକା ଦିଆଯିବ ନାହିଁ । ୩ ତାରିଖଠାରୁ ପୁଣି ଥରେ ଟିକାଦାନ ଆରମ୍ଭ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…