Latest Odisha News

BREAKING NEWS

Browsing Tag

Cuttack

ବନ୍ଧାହେଲେ ଭଣ୍ଡ ବାବା, ସନ୍ତାନ ପ୍ରାପ୍ତି ପାଇଁ ନିଃସନ୍ତାନ ଦମ୍ପତିଙ୍କ ଠାରୁ ଲୁଟିଥିଲେ ୪ ଲକ୍ଷ

କଟକ: ଆପଣଙ୍କର ପିଲା ଛୁଆ ହେଉନି କି ? କଣ ଆପଣ ସନ୍ତାନ ସୁଖରୁ ବଞ୍ଚିତ ? ତେବେ ସାବଧାନ ! ଏଭଳି ଭଣ୍ଡ ବାବାଙ୍କ ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଅର୍ଥ ହାନି ସହ ମାନସିକ କଷ୍ଟ ଆହୁରି ବଢ଼ିଯିବ । କଟକର ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ବାଦାମବାଡ଼ି ପୋଲିସ ଜଣେ ଠକ ବାବାଙ୍କୁ ଗିରଫ କରିଛି । ଗିରଫ…

ସାନିଟାରୀ ଗୋଦାମ ସହ ୩ଟି ସ୍ଥାନରେ GST ରେଡ୍

କଟକ: କଟକରେ ଜିଏସଟି ରେଡ୍ । ବିନା ବିଲରେ ସାମଗ୍ରୀ ବିକ୍ରି ଏବଂ ଜିଏସଟି ଅନିୟମିତତା ଅଭିଯୋଗରେ କଟକରେ ଜିଏସଟି ବିଭାଗ ରେଜ୍ କରିଛି । ଓଏମପି ସ୍ଥିତ ପଞ୍ଚମୁଖୀ ସାନିଟାରୀ ଗୋଦାମ ସହ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ରମେଶ ଚନ୍ଦ୍ର ଚୌଧୁରୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ପଞ୍ଚମୁଖୀ…

ଆଜିଠୁ ୧୦ ଜିଲ୍ଲାରେ ଖୋଲିବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ଯ୍ୟା ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ…

ସାମ୍ନାକୁ ଆସିଲା ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ; ଶ୍ବାସରୁଦ୍ଧରୁ ମୃତ୍ୟୁ

କଟକ  : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ।  ଆସିଲା ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ  । ଏହି ରିପୋର୍ଟରେ ଶ୍ବାସରୁଦ୍ଧରୁ ରାଜଶ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅପରପକ୍ଷରେ ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେହି…

‘ମୁଁ ଚାଲି ଯାଉଛି, କାରଣ ଏହା ବୋଧେ ମୋ ପାଇଁ ଏକମାତ୍ର ରାସ୍ତା..’

ମୁଁ ଚାଲି ଯାଉଛି । କାରଣ ଏହା ବୋଧେ ମୋ ପାଇଁ ଏକମାତ୍ର ରାସ୍ତା.. । ସରି ଦିଦି । ମୁଁ ତତେ ବହୁତ ଭଲ ପାଏ । ମମି ପାପ ତତେ ଲାଗିଲେ । ସେ ମୋତେ ମିଛି କହି ବାହା ହେଲେ । ଶାରୀରିକ, ମାନସିକ, ଆର୍ଥିକ ନିର୍ଯାତନା ଦେଲେ । ମାଡ, ଗାଳି, ଭାଷା ଝଗଡା, ବ୍ଲାକେମଲ..ଆଉ ସହି ପାରୁନି ଦିଦି.. ।…

ପାରିବାରିକ କଳହର କରୁଣ ପରିଣତି; ପୁଅର ତଣ୍ଟିକାଟି ଜୀବନ ହାରିଲା ସାବତ ମା’

କଟକ: ମଧୁପାଟଣାରୁ ଆସିଲା ଚାଞ୍ଚଲ୍ୟକର ଘଟଣା  । ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ମାରିଲା ମା’ । ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା କଟକ ମଧୁପାଟଣାର ଶ୍ରୀରାମନଗର ଅଞ୍ଚଳରେ ଘଟିଛି  । ଜଣେ ମା ଦୁଇ ବର୍ଷର ଶିଶୁ ପୁତ୍ରର ତଣ୍ଟି ଚିପି ହତ୍ୟା କରିଛି  । ପୁଅକୁ ହତ୍ୟା…

ବଡ଼ମ୍ବା ସିଂହନାଥ ପୀଠ ଟି-ବ୍ରିଜରେ ଦଳାଚକଟା, ୧୦ରୁ ଅଧିକ ଗୁରୁତର

ଆଠଗଡ଼: ମକର ମେଳାର ଅଘଟଣ । ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ବ୍ରିଜରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିରରୁ ସଂଯୋଗ କରୁଥିବା ଅଣଓସାରିଆ ରାସ୍ତାରେ ଦଳାଚକଟା ହୋଇଥିବା ବେଳେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । କିଛି ଶ୍ରଦ୍ଧାଳୁ ଜୀବନ ବିକଳରେ…

ଖୋଲିଲା ଧବଳେଶ୍ୱର ପୀଠ, ବାବାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କଟକ: ଓଡ଼ିଶା ପ୍ରସିଦ୍ଧ ଧବଳେଶ୍ୱର ପୀଠ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ମହାନଦୀ ମଧ୍ୟରେ ନିର୍ମିତ ହୋଇଛି ଅସ୍ଥାୟୀ ରାସ୍ତା । ଝୁଲାପୋଲ ବଦଳରେ ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ…

ଆଜି ବିଶ୍ୱକପ୍‌ ହକି ଉଦଘାଟନ ଉତ୍ସବ, ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

କଟକ: ଝଲସୁଛି କଟକର ବାରବାଟୀ ଷ୍ଟାଡିୟମ୍‌ । ଆଜି ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‌ ହକି ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଯୋଗଦେବେ । ଅପରାହ୍ଣ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ…

ହକି ବିଶ୍ୱକପ୍: କାଲି ଅଧାରୁ ଛୁଟି ହେବ କଟକର ସ୍କୁଲ୍ ଓ କଲେଜ

କଟକ: ଓଡ଼ିଶାକୁ ହକି ଜର । ଆଉ ୨ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ । ତା’ପୂର୍ବରୁ ଆସନ୍ତାକାଲି ବୁଧବାର କଟକରେ ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବଲିଉଡର ବଛାବଛା କଳାକାର ଯୋଗ ଦେବେ । ନାଚ, ଗୀତର ଆସବ ଖୁବ୍ ଜମିବ । ବିଶ୍ୱକପ୍ ଉଦଘାଟନୀକୁ…