Latest Odisha News
Browsing Tag

Kamadev Maharana

ଧାରାବାହିକ ଉପନ୍ୟାସ : ଦେବୀ (୧୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୫  ଆଖି ଆଗରେ ଅଥଳ ସମୁଦ୍ର। ଚାରିଦିଗରେ ଅନନ୍ତ ନୀଳ ବିସ୍ତୃତି। ଖୁବ୍ ଦୂରରେ ଦିଶୁଛି ଘଞ୍ଚ ଜଙ୍ଗଲ ଘେରା ଛୋଟ ଏକ ଦ୍ଵୀପ। ଖଣ୍ଡେ ଭଙ୍ଗା ପଟାରେ ଭାସିଭାସି ଯାଉଛି ଦେବୀ । ସେ ଦ୍ଵୀପ ଯେତିକି ପାଖ ହେଉଛି ସେତିକି ଧୁଆଁଳିଆ…

ଧାରାବାହିକ ଉପନ୍ୟାସ : ଦେବୀ (୧୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୪  ଶ୍ରାବଣ ଆସିଲେ ପ୍ରୀତିପୁର ସଲଂଗ୍ନ ଚିରୁଡ଼ି ପାଟ ସୁନାମୁହିଁ ସହିତ ମିଶିଯାଇ ସୃଷ୍ଟି କରେ ହ୍ରଦର ଭ୍ରମ। ଭାଦ୍ରବ ବେଳକୁ ତାହା ପରିବର୍ତ୍ତିତ ହୁଏ ନାନା ରଙ୍ଗ ଓ ପ୍ରଜାତିର କଇଁ ଫୁଲ ଧାରି ଏକ ଭାସମାନ ବଗିଚାରେ। ପୁଣି…

ଧାରାବାହିକ ଉପନ୍ୟାସ : ଦେବୀ (୧୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୩  ଅଦୂର ସମୁଦ୍ର କୂଳରୁ ଶୁଣାଯାଉଥିଲା ମିଳନ ବ୍ୟାକୁଳ ପ୍ରାଚୀ ନଈର ଚୁପ୍ ଚୁପ୍ କଥା। ଗାଁର ଶେଷ ମୁଣ୍ଡରୁ ମୁହାଣ ଯାଏ ଯାଇଥିବା ସରୁ ରାସ୍ତାରେ ଧୀର ପାଦରେ ଚାଲୁଥାଏ ଦେବ।ହାଲକା ଶୀତକୁ ବଳ ଦେଉଥାଏ ପବନ। ଅନ୍ଧାର ଭିତରୁ ନଈ…

ଧାରାବାହିକ ଉପନ୍ୟାସ : ଦେବୀ (୧୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୧  କୁହୁଡି ଆଚ୍ଛନ୍ନ ପୌଷ ରାତିର ଶୁକ୍ଲାଷ୍ଟମୀ ଜହ୍ନ ପ୍ରାଚୀ ଭିତରେ ଅସ୍ତ ହେବାର ପ୍ରକ୍ରିୟା ଆରମ୍ଭ କରୁଥାଏ। ଆଗନ୍ତୁକ ଅମାଛନ୍ନ ରାତି ଯେ ଜୀବନ୍ତ ତାର ପ୍ରଚାର କରୁଥାନ୍ତି କେତୋଟି ରାତ୍ରଚର ପକ୍ଷୀ। ଠାକୁର ବରଗଛ ଉପରେ ନିଜର…

ଧାରାବାହିକ ଉପନ୍ୟାସ : ଦେବୀ (୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୯ ଶାନ୍ତ ଶିଶୁଟି ପରି ବାପା ଶୋଇଥିଲେ। ତାଙ୍କ ଦାଢ଼ରେ ବୋଉ। ମିନତି ଭାଉଜ କହୁଥିଲେ, ଅନେକ ଦିନ ହେଲା ବୋଉ ଶାନ୍ତିରେ ଶୋଇନାହିଁ। ସାରା ରାତି ବାପା ପ୍ରଳାପ କରନ୍ତି। ଘାଇଲା ବାଘର ବଳହୀନ ହେଣ୍ଟାଳ ପରି। ସାରା ରାତି ଜଗି…

ଧାରାବାହିକ ଉପନ୍ୟାସ : ଦେବୀ (୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୮ ନାରୀର ଜୀବନ ଏକ ଜୈବିକ ପରୀକ୍ଷାଗାର। ତା' ଦେହ ଓ ମନ ଏକଏକ ପରୀକ୍ଷଣ ସାମଗ୍ରୀ। ପ୍ରଥମେ ପ୍ରେମିକ ଆସି ସ୍ବପ୍ନ ଆଉ କଳ୍ପନା ମିଶେଇ ତିଆରି କରେ ଗୋଲାପୀ ସଂଭାବନା। ତାର ଆୟୁଷ ସ୍ୱଳ୍ପ ହେଲେ ହେଁ ସେଇଠୁ ନାରୀ ଶିଖେ ହସ ଆଉ ଲୁହର…

ଧାରାବାହିକ ଉପନ୍ୟାସ : ଦେବୀ (୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୬ ପୌଷ ମାସର ଶୀତ ରାତି ମୁନିଆ କଣ୍ଟା ପରି ତୀକ୍ଷ୍ଣ। ଯଦି କୁହୁଡି ପଡ଼ିଥାଏ ତେବେ ସେ ରାତି ଲାଗେ ବ୍ୟାଧର ଶିକାର ଫାଶ।ରାତି ଦଶଟା ପାଖାପାଖି ଖାଇସାରି ଦେବ ଘରୁ ବାହାରି ଦାଣ୍ଡ ଉପରେ ଠିଆ ହେଲା।ସାରା ଗାଆଁ ଏକ ଅଭୂତପୂର୍ବ…

ଧାରାବାହିକ ଉପନ୍ୟାସ : ଦେବୀ (୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫ ଗାଆଁରେ ରାତି କିଛି ସ୍ତୁପିଭୂତ ରହସ୍ୟର ଭିତ୍ତିକଥା ପରି। ସେ ରହସ୍ୟ ଭିତରେ ଥାଏ ବୁଢ଼ୀ ଅସୁରୁଣୀର ଯାଦୁପେଡ଼ି। ଯାଦୁପେଡି ଭିତରେ କୁଆଁରୀ ହାଡ଼। ଯାହା ବଳରେ ମାଲ୍ୟାଣୀ କରେ ରାଜାପୁଅକୁ ମେଣ୍ଢା,ମେଣ୍ଢାକୁ ରାଜାପୁଅ।…

ଧାରାବାହିକ ଉପନ୍ୟାସ : ଦେବୀ (୪)

  କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪ ସମୟ ବଡ଼ ବଳବାନ।ଯେଉଁ ସମୟ ଦିନେ ଫୁଲକଢ଼ିକୁ ସାହାସ ଦେଇ ବସ୍ନାବତୀ କରେ ସେଇ ସମୟ ତାକୁ ଫିଙ୍ଗିଦିଏ ଅଳିଆ ଗଦାକୁ। ସମୟ ହିଁ କରିପାରେ ରାଜାପୁଅକୁ ରଙ୍କ। ସମୟ ପାଇଁ ଘାସ କାଟେ ନରେଶ ହରିଶ୍ଚନ୍ଦ୍ର। ସମୟ କାହାକୁ ନେଇ କେଉଁଠି…

ଧାରାବାହିକ ଉପନ୍ୟାସ : ଦେବୀ (୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ "ଦେବୀ" : ଭାଗ ୩  ଦୀର୍ଘ ସମୟର ବସଯାତ୍ରା ଏବଂ ସାରା ଦିନର ଧାଁ ଦଉଡ ଭିତରେ କ୍ଲାନ୍ତ ହୋଇ ପଡ଼ିଥିଲା ଦେବୀ। ବାପାଙ୍କ ରୋଗ ବିଛଣା ପାଖରେ ବସି ବସି କେତେବେଳେ ଆଖି ଲାଗିଯାଇଥିଲା। ନିଦ ଭାଙ୍ଗିବା ବେଳକୁ ବାପା ଖାଲି ଦେବୀ .... ଦେବ....…