Latest Odisha News

BREAKING NEWS

ଅନୁବାଦ କବିତା : ସେଇ ବନ୍ୟ ଇନ୍ଦ୍ରଧନୁ

ଲୁଇସ ଗ୍ଲୁକ

ମୋର ଯାତନାର ଶେଷ ପ୍ରାନ୍ତରେ
ଏକ ଦ୍ୱାର ଥିଲା ।

ମୋ କଥାଟି ମନଦେଇ ଶୁଣ : ମନେ ଅଛି ତ
ଯାହାକୁ ତୁମେ ମୃତ୍ୟୁ ବୋଲି କୁହ ।

ମଥା ଉପରେ କୋଳାହଳ।ଆନ୍ଦୋଳିତ ହେଉଛି ପାଇନ ଗଛର ଡାଳ।
ତା’ପରେ କିଛି ନାହିଁ ।
ଶୁଷ୍କ ଉପରି ଭାଗରେ
ମିଟ ମିଟ କରୁଛି ମ୍ଳାନ ସୂର୍ଯ୍ୟ ।

ଅନ୍ଧାର ଭୁମି ତଳେ
ଚେତନା ଯେଉଁଠି ପୋତି ହୋଇ ପଢ଼ିଛି
ସେଠି ବଞ୍ଚିବାଟା ସତରେ ଭୟାନକ।

ତା’ପରେ ସରିଲା ସେଇଠି
ତୁମର ଭୟ ଯେଉଁଠି
ଏକ ଆତ୍ମାର କଥା କହିବାର ଅକ୍ଷମତା
ହଠାତ ଯବନିକା ଟାଣି ଶକ୍ତମାଟିର
କିଛିଟା ବକ୍ରତା ।
ଏବଂ ମତେ ଲାଗିଲା ଅନୁଚ୍ଚ ଲତା ବୁଦା ମାନଙ୍କରେ
ଚଢ଼େଇଙ୍କ ମଇଳା ।

ତୁମର ମନେ ପଡୁନାହିଁ
ଅନ୍ୟ ଭୁବନରୁ ଗତିପଥ,
କହୁଛି ତୁମକୁ, ମୁଁ ପୁଣି କଥା କହି ପାରିବି
ବିସ୍ମୃତି ଗର୍ଭରୁ ଫେରିଆ ସେ ଯାହା
ତାକୁ ଏକ ନୂଆ କଣ୍ଠସ୍ୱର ମିଳିଯାଏ।

ମୋ ଜୀବନର କେନ୍ଦ୍ରବିନ୍ଦୁ ଠାରୁ
ପ୍ରସରି ଆସିଥିଲା ଏକ ବିଶାଳ ନିର୍ଝର ।
ସମୁଦ୍ରର ସୁନୀଳ ଜଳପରେ
ଏକ ଗାଢ଼ ନୀଳ ଛାଇର ଚାଦର।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.