କବିତା : ଆସନ୍ତା କାଲିର ଚରିତ୍ର
ତେଜସ୍ଵିିନୀ ପଣ୍ଡା
ଜଣାନାହିଁ କାଲି
ସକାଳେ କଣ ହେବ?
ଶ୍ରାବଣୀ ଆସି ଭିଜେଇବ
କି ବୈଶାଖୀ ଆସି ଜାଳିଦେବ,
ପାପପୁଣ୍ୟ, ସୂର୍ଯ୍ୟଚନ୍ଦ୍ର
କ'ଣ ସବୁ ମାଟିରୁ ଲିଭିଯିବେ,
ଲିଭିଯିବ କ'ଣ ପଥରରେ
ଲେଖା ଇତିହାସ।
କିଏ ଜାଣେ,
ସେ ତ ଆସନ୍ତା କାଲିର ଚରିତ୍ର ।
ଜଣାନାହିଁ କାଲି…