କବିତା : ରଜ,ଦୋଳି ଆଉ ମୁଠାଏ ଖୁସି
ସୁଜାତା ମିଶ୍ର
ଚେନାଏ ଆକାଶ ଛୁଇଁ
ଚହଟି ଯାଏ ଚହଲା ବାଦଲ,
ଆସିବ, ଲାଗୁଛି ..
ତୃଷାର୍ତ୍ତ ମାଟି ଦେହରେ
ସବୁଜିମା ଢାଙ୍କିବାର ବେଳ,
ରଜ ଆସେ ମହ ମହ
ଖୁସି ନେଇ..
ରଜ ଦୋଳିରେ ଝୁଲେ
ପଲ୍ଲୀବାଳା ..
ମାଟିର ମଣିଷ
ଆକାଶର ମେଘ ହୋଇ ଉଡ଼ିବାର ସ୍ବପ୍ନ ଦେଖେ..
ପୁଣି ମାଟିକୁ ଫେରି…