Latest Odisha News

BREAKING NEWS

Browsing Tag

Odia Poem

କବିତା : ଏ ବୟସ

ସୁକାନ୍ତ ସମର୍ଥା ଏ ବୟସ ରହିଯାରେ ଟିକେ ପିଲାଦିନ ବଗିଚାରେ ପାଇବୁନି ଗୋଟେ ଘୃଣାର କଣ୍ଟା ତୁ ନିରୀହ ଗୋଲାପଠାରେ । ଏ ବୟସ ଥକିଯାରେ ଟିକେ ମାଆ ପଣତ ଛାଇରେ ପାଇବୁନି ଟୋପେ ଲୁହର ଉଷ୍ମତା ମମତାର ଶୀତଳତାରେ । ଏ ବୟସ ଭିଜିଯାରେ ଟିକେ ଅବୁଝା ପିଲା କାନ୍ଦରେ ପାଇବୁନି…

କବିତା : ଜଳେ ଯେସନ ଚନ୍ଦ୍ରଛାଇ

ରାମକୃଷ୍ଣ  ବାମନ ମୁଁ ହାତ ପାଏନାହିଁ ଚନ୍ଦ୍ରକୁ । ମୋର ସିନା ହାତ ପାଏନାହିଁ କାହାକୁ ଜଳଘଟ ପରି ବସି ରହିଥାଏ ସମସ୍ତେ ଆସି ମୁହଁ ମାରି ଯାଆନ୍ତି ମୋର ଦ୍ବାରରେ ସୂର୍ଯ୍ୟ, ଚନ୍ଦ୍ର ଏପରିକି ବହୁଦୂର ଗ୍ରହ ନକ୍ଷତ୍ରମାନେ ବି ମୁଁ ଠିକ୍ ଜାଣେ ଯେ ଚନ୍ଦ୍ରର କ୍ଷୟ ବୃଦ୍ଧି…

କବିତା : ରାଗି ପୁଅ

ସଞ୍ଜିତା ପ୍ରଧାନ ରାଗି ପୁଅ ଯେବେ ରାଗେ ମରୁଭୂମିଟେ ସୃଷ୍ଟି ହୁଏ ସରୁ ନଥିବା ନିର୍ଜନତା ମାଡ଼ି ବସେ ଭୂଇଁରୁ ଆକାଶ ତାତି ବ୍ୟାପେ କିଛି ଜଳେ କୁହୁଳେ ଭୁସ୍ ଭୁସ୍ ଧୂଆଁ ବାହାରେ ସବୁଆଡେ ଧୂଆଁ ! ତେବେବି; ଚେହେରା ସଫା ଦିଶେ । ଫୁଲିଲା ନାକ ଶୁଖିଲା ମୁହଁ ଲୁହ ଭରା ଲାଲ ଆଖି…

କବିତା : ସମ୍ପର୍କ

ସବିତା ତ୍ରିପାଠୀ କିଛି ସମ୍ପର୍କ ସାଉଁଟି ଥାଏ ସ୍ମୃତି ସବୁ ଜୀବନର, କିଛି ସମ୍ପର୍କ ଭେଟିଦିଏ ମୂଲ୍ୟହୀନ ସମୟ ଆମ ଜୀବନର,,,,, ସମ୍ପର୍କ ତ ଗଢିଉଠେ ଅନେକ କିନ୍ତୁ ମନ ଖୋଲି କଥା ହେବାକୁ ଦିପଦ, ଓଠ ପାଲଟିଥାଏ ମୁକ କିଛି ସମ୍ପର୍କ ଆଗେ ହାରିଯାଏ ଆମ ନିର୍ମଳ ହୃଦୟ, ମନଟା ଖଳ…

କବିତା : ଚିଠି

ରମେଶ ରଥ ପ୍ରବାସରେ ଥାଇ ମାଆର ଚିଠିରେ ପୁଅ ତା ଉତ୍ତର ଲେଖୁଛି କେମିତି ଅଛି ମୁଁ କାଇଁ ମା ପଚାରୁ ହୃଦୟ ମୋ ଫାଟି ଜାଉଛି।। ପରିବାର ସାଙ୍ଗ ସାଥି ଦେଖିବାକୁ ସବୁବେଳେ ସିନା ହସୁଛି ସେ ହସରେ କେତେ ଯନ୍ତ୍ରଣା ରହିଛି ସେକଥା ମୁଁ ଏକା ଜାଣିଛି।। କୋର୍ଟ ସୁଟ ପିନ୍ଧି ବଡ଼ କାର…

କବିତା : ଚିଲିକା ତୀରେ

ଚୈତନ୍ୟ ବାଗ ଶ୍ରୀକ୍ଷେତ୍ର ପଥରେ ଅନତୀ ଦୂରେ ରହିଅଛି ଏକ ନିଧି ଚକ୍ଷୁ ପାଏନା କଳନା କରି ହୁଏନା ଅଗାଧ ତାର ବାରିଧି । ନୀଳାମ୍ବୁରେ ପରିପୂର୍ଣ୍ଣ ଜଲରାଶି ଆହା କେଡେ ମନ ଲୋଭା ପ୍ରାଚୀର ଦିଗରେ ଭାସ୍କର କିରଣ ପଡ଼ି ବଢ଼ାଉଛି ଶୋଭା । ଉତ୍କଳ ର ସେହି ଚାରୁ ଅଳଙ୍କାର ହେମ…

କବିତା : ସମୀକ୍ଷା

ସୁଜାତା ମିଶ୍ର କିଛି ଯିବା ପୂର୍ବରୁ ନେଇ ଆସିଥାଏ ପ୍ରାପ୍ତି ଆଉ ଅପ୍ରାପ୍ତିର ହିସାବ ନିକାଶ.., ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ସ୍ବପ୍ନ ..ସାଉଁଟି ଆଣି ଥିବା ଅନ୍ତରଙ୍ଗ କିଛି ସୁଖ.. ହଜିଲା ପାଦ ଚିହ୍ନର ଛାପ.. ଝରି ଝାଉଁଳି ଯାଇଥିବା ମୁହୂର୍ତ୍ତର ଅନୁଭୂତି... ଲୋଟି…

କବିତା : ଶୁଭେଚ୍ଛା

ଗଦାଧର ସାହୁ ଶୁଭେଛାର ସୁଅ ସବୁଠି ଛୁଟୁଛି କିଏ ସେ ଆସୁଛି ବୋଲି, ତୁମ ଘରେ ଯିଏ ଆଜିର କୁଣିଆଁ ଆମ ଘରେ ଆଜି କାଲି । ସଭିଙ୍କ ବିଶ୍ବାସ ସେ ନୂଆ ବରଷ ଆଣିବ ସୁଖ ସମୃଦ୍ଧି, ପରଷ୍ପର ପାଇଁ କାମନା କରନ୍ତି ଇଶ୍ବରେ କରି ବିନତୀ। କରୁଛୁ ପ୍ରାର୍ଥନା ଶାନ୍ତିର କାମନା ସକଳ…

କବିତା : ମୁଁ ଆଉ ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ ମୁଁ ଜାନୁଆରୀ ଆଉ ତୁମେ ଡିସେମ୍ବର ଖୁବ୍ ପାଖା ପାଖି ଭଳି ଲାଗୁଛି । ହେଲେ ଆମର ଦୂରତା କେତେ ଏ ସମୟ ହିସାବ କରି ରଖିଛି ।। ଥରେ ଦେଖା ହେଲେ ପୁଣି ବରଷେ ଜାନୁଆରୀ ମିଳନ ଆଶାରେ ସେମିତି ଚାହିଁ ବସେ । ସମୟ ଗଡି ଯାଏ ବୟସ ବଢ଼ି ଯାଏ ଜାନୁଆରୀ…

କବିତା : ମେଘ

ଦୀପକ ନାୟକ ଦୂର ଆକାଶ ଧବଳ ମୟ ଭାସି ବୁଲୁଥାଏ କେଡେ ସୁନ୍ଦର ମୁକ୍ତ ପଥର ପଥିକ ହୋଇ ଧରାକୁ ଚାହିଁ ରହିଥାଏ । ମେଘ ଖଣ୍ଡ ସାଥେ ଲୁଚକାଳି ଖେଳ ମୟୂର ନାଚେ ଦେଖି ତା ରୂପ ଜୀବନ ମୋର ଭଷା ବାଦଲ କେତେବେଳେ ଯିବି ଲୁଚି। ଭାଷୀ ଭାଷୀ ଯିବି ହଜି କେହି ପାରିବେନି ଜାଣି ଦୂର…