Latest Odisha News

BREAKING NEWS

କବିତା : ସମୟ

ଚନ୍ଦ୍ରକଳା ଦେବୀ

ସମୟ ଅଟଇ ବଡ ବଳବାନ
ଚାଲିଥାଏ ନିରନ୍ତର
କାହାକୁ କେବେବି କରେନି ଅପେକ୍ଷା
ଜନ୍ମ-ମୃତ୍ୟୁ ତାରଖେଳ ।

ସୁଖ ଦୁଃଖ ସମ୍ମିଶ୍ରଣେ ଏ ଜୀବନ
ଛାଇ ଆଲୁଅର ଖେଳ
ସମୟର ତାଳେ ଚାଲିଲେ ପଥରେ
ବିପଦ ହୋଇବ ଦୂର ।

ଚାଲି ଯାଉଥିବା ସମୟଟି ଭାଇ
କେବେ ଫେରିଆସେ ନାହିଁ
ତେଣୁ କରି ଆମେ ଆଜିର କାମକୁ
କାଲିକୁ ରଖିବା ନାଇଁ ।

ସୁଖରେ ବିଭୋର ଦୁଃଖରେ କାତର
କେବେଆମେ ନହୋଇବା
ଯେତେବଳେ ଯେଉଁ ପରିସ୍ଥିତି ଆସୁ
ଧୈର୍ଯ୍ୟ ଧରିଣ କରିବା ।

ସମୟର ତାଳେ କେହୁଏ ରାଜନ
କେହୁ ଭିକ୍ଷାଥାଳି ଧରେ
ସମୟର ଚକ ଘୂରେ ଅହରହ
କର୍ମ ଅନୁସାରେ ଫଳେ ।

ଶୈଶବ କୈଶୋର ଯୌବନ ବାର୍ଦ୍ଧକ୍ୟ
ଆସିଥାଏ ଜୀବନରେ
କରି ସତ୍ କର୍ମ ସ୍ମରି ପ୍ରଭୁ ନାମ
ଚାଲିବା ସମୟ ଧାରେ ।

Leave A Reply

Your email address will not be published.