Latest Odisha News

BREAKING NEWS

Browsing Tag

Odia Satire

କୁଳାଙ୍ଗାର ଉବାଚ : ଚୋର ଚର୍ଚ୍ଚା

ଚୋରମାନେ ଯଦିଓ କଠିନ ପରିଶ୍ରମ କରନ୍ତି ଏଠା ମାଲ୍ ନେଇ ସେଠାର ବାକ୍ସରେ ଭରନ୍ତି; ଧନକୁ ଖେଳାଇ ଅର୍ଥନୀତି ଦୃଢ କରନ୍ତି ସଭିଏଁ ତାଙ୍କୁଇଁ ଗାଳିମନ୍ଦ କରି ମାରନ୍ତି ! ଚୋରଟି ଅଟଇ କୁଶଳୀ ଓ ପାରିବାର ଶୋଇଲା ବେଳେ ସେ କରୁଥାଏ ରୋଜଗାର; ଫିଟ୍ ରହେ ସେ ସଜେଇ ପିଠିକୁ ତାର…

ବ୍ୟଙ୍ଗ : ଅପରେସନ ସକ୍ସେସଫୁଲ୍ ବଟ୍ ପେସେଣ୍ଟ ଡେଡ୍

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ...  ରାଜରାସ୍ତା ଚଉଡା ପାଇଁ ଆମ ଗାଁ ମୁଣ୍ଡ ତାରିଣୀ ମନ୍ଦିର ଓ ତା' ସଂଲଗ୍ନ ଚଉତରାକୁ ମାଟିରେ ମିଶେଇ ସରକାର ଏବେ ସେଠାରେ ଏକ ସୁଦୃଶ୍ୟ ଭବ୍ୟ ପଥପ୍ରାନ୍ତ ସୁଲଭ ଶୌଚାଳୟଟିଏ ତିଆରି କରିଛନ୍ତି । ଏହି ଶୌଚାଳୟ ତିଆରି ହେଉଥିବା ସମୟରେ ଅନେକ ଥର…

କୁଳାଙ୍ଗାର ଉବାଚ : ପାଞ୍ଚଟି ପଞ୍ଚାୟତ ନିର୍ବାଚନ ବ୍ୟଙ୍ଗ

(୧) ଆରଥର ଅର୍ଦ୍ଧାଙ୍ଗୀନି ଏଥରକ ନିଜେ ଯେବେ ଜିତନ୍ତି; ତାହାକୁ ଅସଲରେ ସର୍ବାଙ୍ଗୀନ ବିକାଶ ବୋଲି କହନ୍ତି! (୨) ଆରଥର ମାଛ ଚିହ୍ନ ପାଇ ମାଛ ବାଣ୍ଟି ଜିତିଥିଲେ ; ତା ପୂର୍ବଥର ଛତା ବାଣ୍ଟିବାରୁ ଲୋକେ ସେ ଚିହ୍ନରେ ଭୋଟଦେଲେ! ହେଲେ ଏଥରକ ଭାଗରେ ପଡିଛି ସୂର୍ଯ୍ୟ ଚିହ୍ନ;…

ବ୍ୟଙ୍ଗ : ଉପଲବ୍ଧି

ମୋ ଜୀବନର ଯଦି ସବୁଠୁ ପ୍ରମୁଖ ଉପଲବ୍ଧି କଣ ବୋଲି ପଚରାଯାଏ ତେବେ ନିଃସନ୍ଦେହରେ ମୁଁ କହିବି ମୋ ଫେସବୁକ ବନ୍ଧୁତା । ମୋର ଫେସବୁକରେ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ମିଶେଇ ପ୍ରାୟ ପାଞ୍ଚ ହଜାର ସରିକି ବନ୍ଧୁ ଅଛନ୍ତି । ସବୁଠୁ ମହତ କଥା ହେଲା କେହି ଜଣେ ବି ଅନ୍ୟାୟ କି ଦୁର୍ନୀତିକୁ ଭଲ ପାଆନ୍ତି…

କୁଳାଙ୍ଗାର ଉବାଚ : ନକଲିର ସୁଫଳ

ସିଏ ଶସ୍ତାରେ ନକଲି ପ୍ରେସରକୁକର ଆଣିଲା ଅସଲି ଘରଣୀ ତେଣୁ କ୍ରୋଧାନ୍ୱିତ ହେଲା । ସେଦିନ ଘରେ ଆଉ ରୋଷେଇ ନୋହିଲା ଅସଲି ଗାଳି ଖାଇ ତା ପେଟଟି ପୁରିଲା । ଘରଣୀର କଳିଗୋଳରେ ବ୍ୟଥିତ ହୋଇ ମୂଷାମରା ବିଷ କିଣିଆଣି ଦେଲା ଖାଇ! ହେଲେ ଆଦୌ ମଲାନାଇଁ ବଞ୍ଚିଗଲା କାରଣ ମୂଷା ବିଷଟା ନକଲି…

ବ୍ୟଙ୍ଗ : କରୋନା କେଳେଙ୍କାରୀ

ଗତ ମାସର କଥା । ବର୍ଷାରେ ତିନ୍ତି ସନ୍ଧ୍ୟାରେ ଘରକୁ ଫେରିବା ପରେ ଟିକେ ଜରୁଆ ଲାଗିଲା । ଦେହ ଉଷୁମ ଦେଖି ଚିନ୍ତା ବଢିଗଲା । କରୋନା ନୁହେଁ ତ? ମନ କଥା ମନରେ ରଖି ଭାବିଲି ସକାଳ ଯାଏଁ ଅପେକ୍ଷା କରେ ଯଦି ଜ୍ଵର ରୁହେ ତେବେ ଘରେ ଜଣେଇବି । ଅଯଥାରେ କାହିଁକି ସମସ୍ତଙ୍କୁ ଟେନ୍ସନ ଦେବି ।…

ବ୍ୟଙ୍ଗ : ବିରଳ ଗେଣ୍ଡୁ

ଆଜି ସକାଳେ ଘଟିଥିବା ଏକ ମର୍ମସ୍ପର୍ଶୀ ଘଟଣା । ଆଜିର ଏହି ଘଟଣାଟି ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟବିଦାରକ । ସକାଳ ପ୍ରାୟ ସାଢ଼େ ଆଠଟା ବୋଧେ ହେବ । ଖପୁରିଆ ମାଛ ମାର୍କେଟ ପାଖରେ ମୋର ଜଣେ ସହପାଠିନୀ, ଏବର ଫେସବୁକ ବନ୍ଧୁ ତଥା ଜଣେ ଅତ୍ୟନ୍ତ ସକ୍ରିୟ ସାହିତ୍ୟିକାଙ୍କ ପତିଦେବ ଦେଖା…

କୁଳାଙ୍ଗାର ଉବାଚ : ହାତୀ ନ୍ୟୁ ଇୟର

ନୂଆ ବର୍ଷରେ ବି ଯେତେ ସବୁ ସେଇ ପୁରୁଣା କଥା, ହାପି ନ୍ୟୁ ଇୟର ପଢିପଢି ଆଉ ଶୁଣି ଶୁଣି ମୋର ଘୂରିଲା ମଥା! ସେଇ ପୁରୁଣା ଘରଣୀ ମୋର ପକେଟ ଝାଡି; ଖୁଆଇଲା ଖାଦ୍ୟ ଯତନରେ ମୋତେ ହୋଟେଲେ ବାଢି! ସେଇ ପୁରୁଣା ପ୍ରେମିକା ଗିପ୍ଫ ନେବେ ବୋଲି; ମେସେଜେ ଇମୋଜି ପଠାଇ କହନ୍ତି…

ବ୍ୟଙ୍ଗ : ଯଃ ଜାନାତି ସଃ ଜାନାତି

ଥରେ ସ୍ୱପ୍ନରେ ମେଟାଫର ଆସି ମୋ ସାମ୍ନାରେ ଉଭା ହେଲେ । ବଡ଼ ମନ ଦୁଃଖରେ କହିଲେ, ଧନ ଏ ସବୁ କଣ ଚାଲିଛି ମୁଁ କିଛି ବୁଝିପାରୁନି । ଡରରେ ମୁଁ ସାଙ୍କୁଡ଼ି ଗଲି । ପଚାରିଲି "ମହାନୁଭବ ଏପରି କ'ଣ ହେଲା ଯାହା ଆପଣଙ୍କ ମନରେ କଷ୍ଟ ଆଣିଲା ?" ମେଟାଫର କହିଲେ "ସେକ୍ସପିଅରଙ୍କ ଠାରୁ ନିତ୍…

କୁଳାଙ୍ଗାର ଉବାଚ : ଈଶ୍ୱରଙ୍କ ପାଇଁ ଏକତରଫା କବିତା

ଦେବାଳୟରେ କାହିଁକି କେବଳ ପୁରୁଷ ପୂଜକ ମହିଳା ଜଣେ ବି ନାହାନ୍ତି ? କାରଣ , ଈଶ୍ୱର କେବଳ ଭକ୍ତର ଆଖିରେ ନିଜ ଆକର୍ଷଣ ଚାହାନ୍ତି! ସବୁ ପ୍ରସାଦ ମଧୁର କୋଉଟା ବି ରାଗ କଷା କି ପିତା ନୁହେଁ; ଖାନାପିନାରୁ ଲାଗେ ଇଶ୍ବର ସବୁବେଳେ ସୁଖରେ ମସଗୁଲ୍ ରହିଥାନ୍ତି ବୋଧହୁଏ ! ନଚେତ୍…