Latest Odisha News

BREAKING NEWS

Browsing Tag

Ratha Jatra

ଏବର୍ଷ ହେବନି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦ୍ୱନ୍ଦ୍ୱ ଭିତରେ ଥିବା ଚଳିତ ବର୍ଷର ରଥଯାତ୍ରା ଶେଷରେ ବନ୍ଦ ହୋଇଯାଇଛି । ଚଳିତବର୍ଷ ରଥଯାତ୍ରା ହେବନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ ହୋଇଯାଇଛି । ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ…

ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୫ ଦିନ । ହେଲେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିିଁ ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ସାଧାରଣରେ ସନ୍ଦେହ…

‘ମିଳୁନାହାନ୍ତି ହାତୀ, ରଥ ଟାଣିବାକୁ ସେବାୟତ ପ୍ରସ୍ତୁତ’

ପୁରୀ: ରଥଯାତ୍ରା ବିନା ଭକ୍ତରେ ହେବ । ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର ନିଜର ନିଷ୍ପତ୍ତି ନିଅନ୍ତୁ । ବର୍ତ୍ତମାନ ହାତୀ ମିଳୁନାହାନ୍ତି । ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଅଛନ୍ତି ବୋଲି ବରିଷ୍ଠ ଦଈତାପତି ବିନାୟକ ଦାସମହାପାତ୍ର କହିଛନ୍ତି । ପୂର୍ବରୁ…

ରଥ ଅନୁକୂଳ ପାଇଁ ମିଳିଲା ଅନୁମତି ପତ୍ର

ପୁରୀ: ରଥଯାତ୍ରା ହେବା ନେଇ ବାଟ ଫିଟୁଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନୂଆ ସଙ୍କେତ ମିଳିଛି । ରଥ ଅନୁକୂଳ ପାଇଁ ଆଜି ପୁରୋହିତଙ୍କୁ ଅନୁମତି ପତ୍ର ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ରହିବାକୁ ପତ୍ରରେ ଦର୍ଶାଯାଇଛି । ପ୍ରତିବର୍ଷ ଶ୍ରୀମନ୍ଦିର…

ଗୁରୁବାର ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି

ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢୁଥିବା ବେଳେ ଆସନ୍ତା ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି ହେବ । ତେଣୁ ୧୮ ତାରିଖ ଅର୍ଥାତ୍ ଗୁରୁବାର ଉଚ୍ଚତମ ନ୍ୟାୟାଳୟର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ । କରୋନା କଟକଣା ଭିତରେ ରଥଯାତ୍ରା ହେଲେ ସାମାଜିକ ଦୂରତା…

ରଥଯାତ୍ରା ନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ସରକାର

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ରାଜ୍ୟ ସରକାର ଏଯାଏ ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି କଂଗ୍ରେସ କହିଛି, ରଥ ପ୍ରସ୍ତୁତ, ସେବାୟତ ବି ପ୍ରସ୍ତୁତ, ଶ୍ରୀମନ୍ଦିର ପ୍ରଶାସନ ବି ପ୍ରସ୍ତୁତ ତେଣୁ ରଥଯାତ୍ରା ହେବାରେ କୌଣସି ଅସୁବିଧା ନାହିଁ ।…

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା

ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା ହୋଇଛି । ଭାରତ ବିକାଶ ପରିଷଦ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏହି ମାମଲା କରିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଛି ଭାରତ ବିକାଶ ପରିଷଦ । ରଥଯାତ୍ରା ବନ୍ଦ କରିବାକୁ ଭାରତ ବିକାଶ…

‘ରଥଯାତ୍ରାକୁ ବ୍ୟାକଡୋରରେ ବନ୍ଦ ପାଇଁ ଉଦ୍ୟମ କରୁଛନ୍ତି ସରକାର’

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି ପୁଣି ସରକାରଙ୍କୁ ଘେରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରଥଯାତ୍ରା ସମ୍ପର୍କରେ ସରକାର କିଛି ସ୍ପଷ୍ଟ ଚିତ୍ର ଦେଉନାହାଁନ୍ତି।…

ଏଥର ହାତୀ ଟାଣିବ ରଥ ! ପ୍ରସ୍ତାବ ଦେଲେ ସୁଦ୍ଧ ସୁଆର ନିଯୋଗ

ପୁରୀ: ଏଥର ଶ୍ରୀକ୍ଷେତ୍ରରେ ହାତୀ ଟାଣିବେ ରଥ । ଏନେଇ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ସୁଦ୍ଧ ସୁଆର ନିଯୋଗ । ମେସିନେ ରଥଟାଣିବା ପ୍ରସ୍ତାବକୁ ସେମାନେ ବିରୋଧ କରିଛନ୍ତି । ଏଥିସହ ସୁଦ୍ଧ ସୁଆର ନିଯୋଗ ପକ୍ଷରୁ ରଥ ଟାଣିବା ପାଇଁ ୫୦ଜଣ ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ନୀତି…

ଏବର୍ଷ କୋରାପୁଟରେ ଜନସାଧାରଣ ଟାଣି ପାରିବେନି ରଥ

କୋରାପୁଟ: ପୁରୀରେ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଏଯାଏଁ ରାଜ୍ୟ ସରକାର କୌଣସି ଘୋଷଣା କରିନାହାନ୍ତି । କୋରାପୁଟରେ ଅନଷ୍ଠିତ ହେବାକୁ ଥିବା ରଥଯାତ୍ରାରେ କ’ଣ କଟକଣା ରହିବ ସେନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । କୋରାପୁଟ ଜିଲ୍ଲାରେ କରୋନା ମହାମାରୀ…