Latest Odisha News
Browsing Tag

russia-ukraine-war

ୟୁକ୍ରେନରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି ରୁଷ୍, ୮୪୭ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୫ ଦିନରେ ପହଞ୍ଚିଛି ୟୁକ୍ରେନ-ରୁଷ୍ ଯୁଦ୍ଧ । ଘମାଘୋଟ ଲଢ଼େଇ ଚାଲିଛି । ଘନ ଘନ ହମଲା କରୁଛି ପୁଟିନ୍ ସେନା । ପାଲଟା ଆକ୍ରମଣ ବି କରୁଛି ୟୁକ୍ରେନ୍ । ଯୁଦ୍ଧ ଯେତିକି ଲମ୍ବୁଛି, ସେତିକି ଉଗ୍ର ହେଉଛି ପୁଟିନ୍ ସେନା । କୌଣସି ବାଛବିଚାର ନକରି ସାଧାରଣ ଲୋକଙ୍କ ଜୀବନ…

ରୁଷକୁ ନିଜ ଦେଶରେ ବିରୋଧ: ସରକାରୀ ଟିଭି ଚ୍ୟାନେଲ୍ ଲାଇଭରେ ପଶି ଯୁଦ୍ଧକୁ ବିରୋଧ କଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ବିରୋଧରେ ରୁଷର ଯୁଦ୍ଧକୁ ସାରା ବିଶ୍ୱ ନିନ୍ଦା କରୁଛି । ରୁଷକୁ ନିଜ ଦେଶରେ ବି ବିରୋଧର ସାମନା କରିବାକୁ ପଡୁଛି । ରୁଷର ସରକାରୀ ଟିଭି ଚ୍ୟାନେଲର ଲାଇଭରେ ଜଣେ ମହିଳା ଯୁଦ୍ଧକୁ ବିରୋଧ କରିଛନ୍ତି । ଲାଇଭ୍ ସୋ ଚାଲିଥିବା ବେଳେ ଆଙ୍କର ପଛ ପଟରେ ହଠାତ୍ ଠିଆ…

ୟୁକ୍ରେନର ମାରିୟୁପୁଲରେ ହାହାକାର: ଖାଦ୍ୟ ଓ ପାଣି ପାଇଁ ଡହଳବିକଳ, ମିଳୁନି ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ଦିନ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଭୟାବହ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଧ୍ୱସବିଧ୍ୱସ୍ତ କରି ଦେଲାଣି ପୁଟିନେ ସେନା । ଦକ୍ଷିଣରେ ଥିବା ମାରିୟୁପୁଲ ଯୁଦ୍ଧରେ ଛାରଖାର ହୋଇଯାଇଛି । ମାରିୟୁପୁଲ ଆକାଶରୁ ନିଆଁ ଓ ଧୂଆଁ ଲିଭୁନି । ଚାରିଆଡ଼େ ଅନ୍ଧାର…

ଯୁଦ୍ଧ ଶେଷ ପାଇଁ ଭାରତ ସମେତ ଅନେକ ଦେଶ ସହିତ ଯୋଗାଯୋଗରେ ଅଛୁ: ଗୁଟେରସ

ଜେନେଭା: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ସେ ମଧ୍ୟସ୍ଥତା ପ୍ରୟାସରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ସହ ଯୋଗାଯୋଗରେ ଅଛନ୍ତି। ୟୁକ୍ରେନ ଏବେ ନିଆଁରେ ଜଳୁଛି । ସାରା ଦୁନିଆର ଆଖି ଆଗରେ ଦେଶଟି ଧ୍ୱଂସ ହେଉଛି ବୋଲି ସେ ଗଭୀର…

କେଉଁ କାରଣ ପାଇଁ ସୋମବାର ଋଷ-ୟୁକ୍ରେନ ଆଲୋଚନା ଅଧାରେ ସ୍ଥଗିତ ରହିଥିଲା?

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ଘନଘଟା ମଧ୍ୟରେ ସୋମବାର ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯାୟ ଆଲୋଚନା ହୋଇଥିଲା । ଏହି ବୈଠକରୁ କୌଣସି ସୁଫଳ ମିଳିନଥିଲା। ଭିଡିଓ କନଫେରନ୍ସ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ଆଜି (ମଙ୍ଗଳବାର) ମଧ୍ୟ ଜାରି ରହିବ। ୟୁକ୍ରେନର ରାଷ୍ଟ୍ରପତିଙ୍କ ପରାମର୍ଶଦାତା…

ଥମୁନି ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକା: ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା

ଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି ଆସୁଛନ୍ତି । ସହରକୁ ତିନି ପଟରୁ ଘେରି ଯାଇଛନ୍ତି । ବୋମାମାଡ଼, ମିସାଇଲ୍ ଆଟାକ୍ ଆଦି…

‘ୟୁକ୍ରେନକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି, ନହେଲେ ନାଟୋ ଦେଶରେ ପଡିବ ଋଷ ରକେଟ’

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ସୋମବାର ନାଟୋକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ୟୁକ୍ରେନ ଆକାଶକୁ ନୋ-ଫ୍ଲାଏ ଜୋନ୍ ଘୋଷଣା ନହୁଏ ତେବେ ଋଷିଆର କ୍ଷେପଣାସ୍ତ୍ର ନାଟୋ ଦେଶରେ ପଡିବ। ରବିବାର ୟୁକ୍ରେନର ପଶ୍ଚିମ ସୀମା ନିକଟରେ ଥିବା ନାଟୋ ସଦସ୍ୟ ପୋଲାଣ୍ଡରେ ଋଷର…

ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ଭିତରେ ୧୮ ଦିନ ହେବ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଘମାଘୋଟ ଲଢ଼େଇ ଚାଲିଛି . ଆକାଶରୁ ମିସାଇଲ୍ ଓ ରକେଟ୍ ଖସୁଛି । ଜନବସତି ବି ଧ୍ୱଂସସ୍ତୁପ ପାଲଟିଲାଣି । ବଡ଼ ବଡ଼ ଅଟ୍ଟାଳିକା ଖଣ୍ଡ…

ୟୁକ୍ରେନ୍ ଫାଷ୍ଟ ଲେଡିଙ୍କ ଭାବବିହ୍ୱଳ ଚିଠି: ପୁଟିନଙ୍କୁ ନରୋକିଲେ ବିଶ୍ୱରେ ନିରାପଦ ସ୍ଥାନ ରହିବ ନାହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ ସହ ଘମାଘୋଟ ଯୁଦ୍ଧ ଭିତରେ ସାରା ବିଶ୍ୱର ଗଣମାଧ୍ୟମ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି ୟୁକ୍ରେନର ଫାଷ୍ଟ ଲେଡି ଓଲେନା ଜେଲେନସ୍କା । ରୁଷର ଯୁଦ୍ଧ ଯୋଗୁ ଭୟ ଓ ଆତଙ୍କିତ ହୋଇ ସାଧାରଣ ଲୋକ ୟୁକ୍ରେନ୍ ଛାଡୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକ ପଳାଇଲେଣି…

ୟୁକ୍ରେନର ଆବାସିକ ସ୍ଥାନରେ ରୁଷର ଏୟାରଷ୍ଟ୍ରାଇକ୍, ସାଧାରଣ ଲୋକଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଚାଲିଛି । ରୁଷ୍ ସେନାକୁ କଡ଼ା ମୁକାବିଲା କରୁଛି ୟୁକ୍ରେନ୍ ସେନା । ଆବାସିକ ସ୍ଥାନରେ ପୁଟିନ୍ ସେନା ହମଲା କରୁଛି । ଖାରକିଭ୍ ଓ ଝିଟୋମୀର ସହରରେ ଆବାସିକ ସ୍ଥାନରେ ଏୟାରଷ୍ଟ୍ରାଇକ୍ ହୋଇଛି । ଏଥିରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।…