Latest Odisha News
Browsing Tag

Sabu dina Sahitya

କବିତା : ପ୍ରଭାତୀ

ରାମକୃଷ୍ଣ  ଆଉ କାନ୍ଦନା କନ୍ଦାନା ଆଉ କାହାକୁ ଧୋଇ ହୋଇଯିବ ଲୁହରେ ଶବ୍ଦମାନଙ୍କର ସୁନେଲି ସକାଳ l ଆମେ ପାରିହେଇ ଆସିଲେ ସହସ୍ର ଶତାବ୍ଦୀର ଗୋଟେ କାଳରାତି ଭୋକ ଘୋଳି ହୋଇଥିଲା ଅନ୍ଧାରରେ ପରସ୍ପରକୁ ମାରି ଖାଇବାରେ କୁଣ୍ଠା ନଥିଲା ଆମର ପ୍ରାୟ ଭେଟ ହେଉଥିଲା ଯୁଦ୍ଧରେ ବାକି…

ଗଳ୍ପ : ଝିଅ

ଦେବଜ୍ଯୋତି ଅବିନାଶ  ଖଟ ଉପରେ ସେମିତି ଶୋଇ ରହିଥାନ୍ତି ହରିହର ବାବୁ। ବୟସ ୮୦ ଉପରେ । ୨ ବର୍ଷ ହେଲା ଶରୀର ଅଚଳ। ତାଙ୍କୁ ଖୁଆଇ ଦେଇ ସାରି ଅରୁଣିମା ଯାଇଛି ରୋଷେଇ ଘରକୁ, କ୍ଷୀର ଗରମ କରି ଆଣିବ ବୋଲି। ଅରୁଣିମା ତାଙ୍କର ଗୋଟିଏ ବୋଲି ଝିଅ, ତିନି ଭାଇ ଭଉଣୀ ଭିତରୁ ସବୁଠୁ ସାନ।…

କବିତା : ସେ

ମାନସ ରଞ୍ଜନ ନାୟକ ବୟସର ଅପରାହ୍ନରେ ଅତୀତର ମଧ୍ୟାହ୍ନ ସ୍ମୃତିରେ ବିଭୋର ଲାଜକୁଳି ଆଖିର ଇସାରା ସତେକି ସୁନ୍ଦର ! ଅପରିପକ୍ବ ଜୀବନରେ ସତେ ଅବା ପ୍ରେମର ରାଗିଣୀ ମଲ୍ହାର ଦଶନ୍ଧି ଦଶନ୍ଧି ପରେ ଏବେ ପରିବର୍ତ୍ତିତ ଏକ ଆବେଗିକ ସମ୍ଭାର । ଚପଳ ମନରେ ଆଲୋଡିତ କେଉଁ ଏକ ଅସ୍ପଷ୍ଟ…

କବିତା : ପ୍ରିୟ ବନ୍ଧୁ

ଦୀପକ କୁମାର ନାୟକ ଧର୍ମଶାଳା ଯାଜପୁର ହସ ଟିକେ ତୋର କାହାକୁ ଦେବାର ନାହିଁ ଲୁହ ଟୋପେ ତୋର ଗଙ୍ଗାକୂଳକୁ ଯିବାର ନାହିଁ ବନ୍ଧୁଟିଏ ତୋର ଚଲା ବାଟେ ହେବି ଫୁଲ l ଦୁଃଖ ଆସିଲେ ଥିବି ପାଖେ ସୁଖ ଦେବି ନେବିନାହିଁ ଭାଗ ତୋ ସୁଖର l ଆସୁ ଯେତେ ଭିଡ ମୋଡ ଜୀବନ ଚଲା ପଥେ…

କବିତା : ଗର୍ଭପାତ

ମନୋଜ ରଥ  ଗତ କାଲି ରୁନ୍ଧି ହେଇ ପଡ଼ୁଥିଲା ରାତି ପବନର ନଥିଲା ସୋର ଶବ୍ଦ ତାଳହୀନ ବୃକ୍ଷ ଡାଳ , ସନ୍ତପ୍ତ ବନସ୍ପତି ବିଶ୍ୱାସ ଦେହରୁ ଶୁଖି ଆସୁଥିଲା ରକ୍ତ ଅଠା ଅଠା ହୋଇ ଯାଉଥିଲା ମାଟିର ତଣ୍ଟି ରାତିର ଆଖିରେ ନଥିଲା ନିଦ ଗୁମ ସୁମ ମେଘ , ଆକାଶ ଅଣ ନିଃଶ୍ଵାସୀ ଯକ୍ଷ ଭୁଲି…

କବିତା : ପରିଚୟ

ରଞ୍ଜିତ କୁମାର ସାହୁ  ନୀରବତା ଜୀବନରେ ମୋର ପରିଚୟ ଏକ ଅଲେଖା ପ୍ରଶ୍ନର ଯେଉଁଠି ଉତ୍ତର ମିଳେନା ! ଶାନ୍ତ ସ୍ନିଗ୍ଧ ଝରଣାର ଧାର ଚାହିଁଲେ ମଧ୍ୟ ସାଗରରେ କେବେହେଲେ ମିଶିପାରେନା ଜୀବନର ସମଷ୍ଟିରେ ଭୁଲ୍ ସୁତ୍ରର ଅଙ୍କଟିଏ କଷିଲେ କେବେ କଷି ହୁଏନା ବର୍ଷା ଧାରାର ଏକ…

ଗପ : କରୋନା ଟିକା

ସତ୍ୟନାରାୟଣ ଗନ୍ତାୟତ  କରୋନା ଟିକା ନେଲଣି ? କଲୋନୀର ମାଉସୀ ପଚାରିଲେ।  ହଁ ମାଉସୀ ! କହିଲା ରୀନା । ପୁଣି ମାଉସୀଙ୍କ ପ୍ରଶ୍ନ : ପ୍ରଥମ ଡୋଜ ନା ଦୁଇଟା ଯାକ ଡୋଜ ନେଇ ସାରିଚ ?  : ନା ପ୍ରଥମ ଡୋଜ୍ ହିଁ ନେଇଛି ମାଉସୀ । ଶୁଣୁଶୁଣୁ ମାଉସୀ ପୁଣି କହିଲେ : ମୁଁ ଦି'ଟା…

କବିତା : ଅଭିବ୍ୟକ୍ତି

ମିନାକ୍ଷୀ ଦ୍ବିବେଦୀ ମୁଁ ଅସୁମାରି ଭଲ ପାଏ, ମୁଁ ଅସୁମାରି ଦୁଃଖ ପାଏ, ବଞ୍ଚିଛି ନେଇ ଏଇ ଦୁଇ ଅନୁଭୂତି ଅସୃକଧରା ବେଦନାର ଛନ୍ଦେ ମୋ ପ୍ରେମର ବିଷର୍ଣ୍ଣ ବିସ୍ତୃତି। ଶିରେ ମଣ୍ଡିତ ମୋର, ଅଭୋଗୀ ପ୍ରଣୟର କଳିଳ ମୁକୁଟ ଶୋଭିକ ଧାରାରେ ମୋର ହୃଦୟର ପ୍ରୀତି ପରିସ୍ଫୁଟ। କରି…

ଗଳ୍ପ : ପ୍ରତ୍ୟାବର୍ତ୍ତନ

ପ୍ରିୟମ୍ବଦା ରଥ  ଏଥର ତୁ ଯା ମା,ଉପାସଟାରେ ସକଳ ପହରୁ ଘରଟା ଯାକ କାମ କରିଚାଲିଚୁ। ପ୍ରସାଦ ପାଇସାରି ଟିକେ ବିଶ୍ରାମ ନେଇଯିବୁ। ବାକି କାମ ମୁଁ ସାରିଦେଉଛି। ପ୍ରଥମ ଥର ସାବିତ୍ରୀ ବ୍ରତ କରିଛୁ। ଉପାସ ବ୍ରତ ତୋର ଅଭ୍ୟାସ ନାହି। ଥାଳିରେ ଫଳମୂଳ ସଜାଡୁ ସଜାଡୁ ଭାଉଜ ଙ୍କୁ ଆଦେଶ ଦେଲା…

କବିତା : ହିତୈଷୀ

ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ ପଥ ଦୁର୍ଗମ ହେଉ ଅବା ସୁଗମ ଚାଲିବାକୁ ହୁଏ.. ଚାଲୁ ଚାଲୁ ଭେଟି ହୁଏ, ସମୟ,ସମ୍ପର୍କର ଦୋଦୁଲ୍ୟମାନ ସ୍ତୁପକୁ । ଚିନ୍ହି ହୁଏ... ପର ଆପଣାର ଭାବକୁ , ପରଖି ହୁଏ... ସହଯୋଗ ,ଅସହଯୋଗର ହାତକୁ । କିଏ ହାତ ଆଗକୁ ବଢ଼ାଏ  ତ.. କିଏ ନେଇ ଯାଉଥାଏ…