Latest Odisha News

BREAKING NEWS

ଗଳ୍ପ : ପ୍ରତ୍ୟାବର୍ତ୍ତନ

ପ୍ରିୟମ୍ବଦା ରଥ 

ଏଥର ତୁ ଯା ମା,ଉପାସଟାରେ ସକଳ ପହରୁ ଘରଟା ଯାକ କାମ କରିଚାଲିଚୁ। ପ୍ରସାଦ ପାଇସାରି ଟିକେ ବିଶ୍ରାମ ନେଇଯିବୁ। ବାକି କାମ ମୁଁ ସାରିଦେଉଛି। ପ୍ରଥମ ଥର ସାବିତ୍ରୀ ବ୍ରତ କରିଛୁ। ଉପାସ ବ୍ରତ ତୋର ଅଭ୍ୟାସ ନାହି। ଥାଳିରେ ଫଳମୂଳ ସଜାଡୁ ସଜାଡୁ ଭାଉଜ ଙ୍କୁ ଆଦେଶ ଦେଲା ବୋଉ। ପାଖରେ ଠିଆ ହୋଇଥିଲା ପ୍ରାଚୀ,ବାପା ନିଜେ ଶାଢୀ ଚୁଡି କିଣି ଆଣିଛନ୍ତି ତା ପାଇଁ। ସେ ଯେ ଆଜି ଉପବାସ କରିଛି ଏକଥା ବୋଉ ଜାଣିଥିଲେ ବି ସେପରି କିଛି ବ୍ୟସ୍ତତା ନଥିଲା ତା ଲାଗି। ଠାକୁରଙ୍କୁ ମୁଣ୍ଡିଆ ମାରି ନିଜ ରୁମ୍ କୁ ଫେରିଆସିଲା ସେ।

ଏ ଘରେ ଦିନକୁ ଦିନ ତା’ର ଆଦର ଯତ୍ନ କମିଯାଉଛି ଏକଥା ସେ ବୁଝିସାରିଥିଲା। ପ୍ରତି କଥାରେ ଭାଉଜଙ୍କ ମତାମତ ନେଉଥିବା ବାପା ପ୍ରାଚୀର ସବୁକଥା ରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ ବୋଲି ଶୁଣାଇଦେଇଥିଲେ। ସଜବାଜ ହୋଇ ସୁଧା ଟିକିଏ ଆନନ୍ଦ ନଥିଲା ତା ମନରେ। ବାରମ୍ବାର ମନେପଡ଼ୁଥିଲା ଅନିକେତର କଥା।ପାଞ୍ଚ ବର୍ଷ ତଳେ ଏଇ ଦିନ ଘରର ଏରୁଣ୍ଡି ଡେଇଁ ଚାଳିଆସିଥିଲାପ୍ରାଚୀ। ଏକ ଛୋଟ କଥାକୁ ନେଇ ସେଦିନ ଘରେ ଯାହାସବୁ ଘଟିଥିଲା,ସେ ସବୁ ପାଇଁ ନିଜକୁ କ୍ଷମା କରିପାରୁନଥିଲା ସେ। ବାନ୍ଧବୀର ବିଭାଘର ରେ ଯୋଗଦେବାପାଇଁ ନିଜପସନ୍ଦର ବାଛି ରଖିଥିବାଅଳଙ୍କାରଗୁଡିକୁ ଝିଆରୀ ଦି ଜଣ ବୋହୁ ବୋହୁ ଖେଳରେ ପିନ୍ଧି ସଜହୋଇଥିଲେ। ବାସ୍ ଏତିକିରେ ପରିବାରରେ ଏକ ବିରାଟ ଝଡ ସୃଷ୍ଠି କରିଥିଲା ସେ,ଛୁଆ ଦିଆଟି ଡରରେ କେଉଁଠି ଲୁଚି ବସିଥିଲେ। ପ୍ରାଚୀର ଏପରି ବ୍ୟବହାର କଷ୍ଠ ଦେଇଥିଲା ଅନିକେତକୁ। ଭୁଲ ବଶତଃ ହାତ ଉଠିଯାଇଥିଲା ତାଙ୍କର। ଅମାବାସ୍ୟା ପରାଦିନେ ନ ଆସିବାକୁ ଅନେକ ବୁଝାଇଥିଲେ ଶାଶୁ । ନିଜ ଅହଂକାର ରେ ଅନ୍ଧ ହୋଇ ସେ ଚାଲିଆସିଥିଲା ଏଇ ପବିତ୍ର ବନ୍ଧନ କୁ ଅପମାନ କରି । ଛୋଟ ଛୋଟ କଥାରେ ସଂସାର ନଭାଙ୍ଗି ଅନିକେତ ପାଖକୁ ଫେରିଯିବାକୁ ଅନୁରୋଧ କରିଥିଲେ ବାପା। ଏ ଘର ତୋର ମା,କିନ୍ତୁ ଏ ଘର ଅପେକ୍ଷା ସେ ଘରେ ରହିଲେ ତୋର ସମ୍ମାନ ସବୁବେଳ ବଢିବ ବୁଝାଇଥିଲା ବୋଉ।

ଏଇ ପାଞ୍ଚବର୍ଷ ଭିତରେ ପ୍ରାଚୀକୁ ବୁଝାଇ ଘରକୁ ନେବାକୁ ଅନେକ ଥର ଆସି ଥରକୁ ଥର ଅପମାନିତ ହୋଇ ଫେରିଛନ୍ତି ଅନିକେତ୍ ଓ ତାଙ୍କ ପରିବାର ଲୋକ। ଏମିତି କୌଣସି ରାତି ନଥିବ ବୋଉ ତାର ବିଛଣାରେ ଶୋଇ କାନ୍ଦି ନଥିବ,ସଞ୍ଜ ସକାଳେ ଦୀପଜାଳି ତାର ସଂସାର ସଜାଡିବାକୁ ପାର୍ଥନା କରୁନଥିବା। ନିଜ ଭୁଲ ପାଇଁ ମନେମନେ ଅନିକେତ୍ ପାଖରେ କ୍ଷମା ପାର୍ଥନା କରିଥିଲା ସେ। ଲୁହ ଭିଜା ଆଖିରେ ମନକୁ ଦୃଢ କରି ନିଜର ଭାଙ୍ଗି ଯାଇଥିବା ସଂସାରକୁ ପୁନର୍ବାର ଯୋଡ଼ିବାକୁ ନିଷ୍ପତି ନେଇଥିଲା ପ୍ରାଚୀ। ଅନ୍ଧାର ଘରେ ଏମିତି ଏକୁଟିଆ ବସି କଣ ଭାବୁଛ? ମା ପରା ତୁମକୁ ଅପେକ୍ଷା କରିଥିଲେ,ତୁମର ବିଳମ୍ବ ହେବା ଦେଖି ଖାଇବା ନେଇ ଚାଲିଆସିଲି,ଖାଇ ସାରିବା ପରେ ଅନ୍ୟ କଥା ଅଛି। ହଁ ଭାଉଜ ଏଇତ ଆସୁଥିଲି, ତୁମେ ଏ ଯାଏଁ ଖାଇନ ଯେ ବେସ୍ତ ଥିଲା ପରି ଲାଗୁଛ। କିଛି ସମସ୍ୟା ଥିଲେ କହିପାରିବା। ନାଇଁ ପ୍ରାଚୀ ସେପରି କଥା ନିହେଁ। ତୁମ ଭାଇନାଙ୍କ ପାଖକୁ ଅନିକେତ୍ ଫୋନ କରିଥିଲେ।ଆଜି ସନ୍ଧ୍ୟାରେ ସେମାନେ ଆସୁଛନ୍ତି। ବାରମ୍ବାର ସେମାନଙ୍କର ଏପରି ଆସିବା ବାପା,ବୋଉ ଙ୍କୁ କଷ୍ଠ ଦେଉଛି। ତୁମେ କିଛି ଶେଷ ନିଷ୍ପତି ଶୁଣାଇଦେଉନ କାହିଁକି? ଖୁସିରେ ଆତ୍ମବିଭୋର ହୋଇଗଲା ପ୍ରାଚୀ। କ;ଣ ସତରେ ଆଜି ଅନିକେତ ଆସୁଛନ୍ତି। ମୁଁ ଏଇତ ତାଙ୍କ କଥା ଭାବୁଥିଲି। ଭାଉଜ ବୟସରେ ସାନ ହେଲେବି ଅନେକ କିଛି ଶିଖାଇଲା ତୁମେ ମୋତେ। ପରିବାର ତ ଗୋଟେ ସେଠି ମୋର ତୋର କଣ? ନିଜର ସ୍ନେହ ଶ୍ରଦ୍ଧାରେ ଆମେ ସମସ୍ତିଙ୍କ ହୃଦୟ ଜିତିପାରିବା। ବହୁତ ଅପମାନ ମୁଁ ଦେଇସାରିଛି ଅନିକେତଙ୍କୁ । ଆଉ ନୁହେଁ,କରିଥିବା ଭୁଲ ପାଇଁ ପଶ୍ଚତାପ କରୁଛି। ଆଜି ତାଙ୍କୁ କ୍ଷମା ମାଗି ମୁଁ ତାଙ୍କ ସହ ଚାଲିଯିବି। ପୁନର୍ବାର ଏଇ ଦିନରେ ଘରକୁ ଫେରି ମୁଁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛି ଭାଉଜ। ସେମିତି ହିଁ ହୋଉ ପ୍ରାଚୀ,ବାପା ବୋଉଙ୍କର ମନର ବ୍ୟଥା ତୁମେ ତ ବୁଝିପାରୁଥିବା। ତୁମ ସୁଖ ସଂସାର କୁ ଦେଖିବାକୁ ସେମାନେ ଅପେକ୍ଷା କରିଛନ୍ତି।ଏବେ କିଛି କୁହନି ଭାଉଜ,ସଂଧ୍ୟାରେ ମୁଁ ସମସ୍ତିଙ୍କ ମୁହଁରେ ହସ ଟିକେ ଦେଖିବାକୁ ଚାହୁଁଛି।

ନିଜ ଭାଉଜ ସହ ଶାଶୁଘରେ ବିତେଇଥିବା ଖୁସି ମୁହୂର୍ତ୍ତ ସବୁର ମଧୁର ଅନୁଭୂତିକୁ ବାଣ୍ଟିଚାଲିଥିଲା ପ୍ରାଚୀ। କେତେବେଳେ ସଂଧ୍ୟା ହୋଇଗଲାଣି ଜଣାନାହିଁ। ଅନିକେତର ପୁରା ପରିବାର ଘରକୁ ଆସିଛନ୍ତି। ତୋ ସହ କିଛି ଗୁରୁତ୍ବ ପୂର୍ଣ କଥା ଥିଲା ପରି ଲାଗୁଛି। ବ୍ୟସ୍ତ ହୋଇପଡ଼ିଲା ପ୍ରାଚୀ, କେମିତି ଯେ ସାମ୍ନା କରିବ ସମସ୍ତିଙ୍କୁ,କଣ କହି ବୁଝାଇବ ଅନିକେତକୁ। ଆଜି କଣ ସେ ଶୁଣିବେ ତାର କଥା। କଣ ଭାବୁଛୁ?ହଁ ହଁ ତୁମେ ମାନେ ଯାଅ ମୁ ଆସୁଛି। ହଲରେ ଦୁଇ ପରିବାର ବସିଛନ୍ତି। ସବୁକିଛି ନୀରବ ଓ ନିସ୍ତବ୍ଧ ,କାହାରି ପାଟିରୁ କୌଣସି ଶବ୍ଦ ବାହାରୁ ନଥାଏ।

ସମ୍ପର୍କର ଡୋରିଟା ବନ୍ଧାହେବା ସମୟରେ ଯେପରି ହାସଖୁସିରେ ଫାଟି ପଡୁଥିଲା ଏଇ ଜାଗାଟା,କେଇଟା ଦିନରେ ସବୁକିଛି ପରିବର୍ତ୍ତନ ହୋଇଗଲା,ଏଇ ପ୍ରାଚୀ ଆସିଲେଣି,କଛିକ୍ଷଣ ପାଇଁ ସମସ୍ତଙ୍କ ନଜର ସ୍ତିର ହୋଇଗଲା ଯେପରି। ପ୍ରଥମ ସାବିତ୍ରୀ ପୂଜାରେ ଅନିକେତ ଦେଇଥିବା ଶାଢୀ ଚୁଡି ପିନ୍ଧି ସମ୍ପୂର୍ଣ ନବବଧୂ ବେଶରେ ଆସିଥିଲା ସେ। ଶାଶୁଙ୍କୁ ପ୍ରଣାମ କରି ତାଙ୍କ ପାଖରେ ବସିଲା,ଏତେ ପର୍ଯନ୍ତ ଚୁପ ରହିଥିବା ଅନିକେତ ଆରମ୍ଭ କରିଥିଲେ ତାଙ୍କ କଥା। ଦେଖ ପ୍ରାଚୀ ମୁଁ ଓକିଲଙ୍କ ପରାମର୍ଶ ନେଇସାରିଛି,ତୁମେ ଘରକୁ ଫେରିବନି ବୋଲି ଜିଦରେ ଅଟଳ ରହିଛ, ତୁମର ସମ୍ପୂର୍ଣ୍ଣ ଭରଣ ପୋଷଣ ଦାୟିତ୍ବ ସହ,ଆମ ଦୁହିଁଙ୍କର ସମ୍ପର୍କ ଏଇଠାରେ ଶେଷ ହୋଇଯିବା ଉଚିତ।

କିଛି କହିପରିନଥିଲା ପ୍ରାଚୀ,ଧାର ଧାରା ଲୁହ ବୋହିଯାଉଥାଏ ଆଖିରୁ,ତାର ଏପରି ଅବସ୍ଥା ଦେଖି ଶାଶୁ ତାକୁ କୋଳେଇ ନେଇ କହିଲେ,ଆଉ କାନ୍ଦେନା ମା,ଏତେ ବର୍ଷ ହେଲା ମୁ ସଂସାର କଲିଣି ,ତୋ ମନର କଥା ବୁଝିପାରୁଛି। ମୋ ମନ କହୁଥିଲା ତୁ ତୋ ଘରକୁ ଫେରିଆସିବୁ। ପୁଅ ଅନିକେତକୁ ଆଦେଶ ଦେଲେ ସେ ପେପରଗୁଡାକ ଏଥର ଫୋପାଡି ଦେ,ମୋ ଘରକୁ ଆଉ ସେଗୁଡାକ ଯିବନି। ଆଜି ମୁ ମୋ ବୋହୁକୁ ନେଇଫେରିବି। କିଛି ସମୟ ପାଇଁ ନୀରବ ଓ ନିସ୍ତବ୍ଧ ହୋଇଥିବା ସ୍ଥାନଟି ପୁଣି ହସଖୁସିରେ ଫାଟିପଡ଼ିଥିଲା।

ହାଇଦ୍ରାବାଦ
ଫୋନ : ୯୬୦୩୩୨୨୫୪୯

Leave A Reply

Your email address will not be published.