Latest Odisha News
Browsing Tag

Supriya Panda

କବିତା : ଶ୍ରଦ୍ଧାଞ୍ଜଳି

କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀରେ "ଶ୍ରଦ୍ଧାଞ୍ଜଳି " କୁଆଡ଼େ ଯାଇଛ ଫେରିଆସ ଥରେ ଆହେ ଗଙ୍ଗାଧର ତୁମେ , ତୁମକୁ ହରାଇ ଶୋକାକୁଳ ଆଜି ଲୋକେ ଉତ୍କଳ ଭୂମେ । ହେ କଳିଙ୍ଗ ପୁତ୍ର ତୁମ ଶୂନ୍ୟସ୍ଥାନ ପ୍ରତି ଓଡ଼ିଆର ମନେ, ମାତୃଭୂମି ଝୁରେ ତୁମ ଉପସ୍ଥିତି ଲୋତକ ଭରି ନୟନେ ।…

କବିତା : ମହାମାରୀ

ସୁପ୍ରିୟା ପଣ୍ଡା    ହା ହା କାର ଆଜି ଜନମାନସରେ ଦୁର୍ବିପାକର ସମୟ , ଦୂର ଦେଶୁ କେଉଁ କ୍ଷୁଦ୍ର କଣିକା ମାନବ ଜାତିର ଭୟ। ବ୍ୟାଧିର ରାକ୍ଷସ ବାହୁ ତଳେ ଆଜି ବିଶ୍ୱ କବଳିତ ହୁଏ, କୋଣ ଅନୁକୋଣେ କାୟା ବିସ୍ତାରି ସଭିଙ୍କ ପ୍ରାଣ ଥରାଏ । ପଶୁପକ୍ଷୀ ସବୁ ନିର୍ଭୟର ଚିତ୍ତେ…

କବିତା : ମନସ୍ତତ୍ତ୍ୱ

ସୁପ୍ରିୟା ପଣ୍ଡା  ଏଇ ଚୁପଚାପ ବେଳର ଅସୁମାରୀ କେତେ ପ୍ରହେଳିକା ପ୍ରଶ୍ନର ପାଚେରୀ ପୁଣି ନିରୀମାଖୀ ମନ ଆତଙ୍କିତ ସବୁ ତାରା ମାଳ ଖିନଭିନ  ଛାତି ଝଡ଼ ପରି ଟିକେ ସ୍ନେହ ପୁଣି ନିରବତା ! କେତେବେଳେ ସ୍ନେହ ଆକୁଳତା ଭରା ଉକ୍ତି ଗଦ ଗଦ ଭାବ ସମୁଦ୍ରକୁ ଶଙ୍ଖେ ସୁଖ ପାରିଲା ପଣ…

ଅଳ୍ପଗଳ୍ପ :  ଉତ୍କଳ ଦିବସ

      ସୁପ୍ରିୟା ପଣ୍ଡା                 (୧) ଉତ୍କଳ ଦିବସ  ପାଳନ ହେବ ବୋଲି ସହରରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେ। ସେଦିନ କାହାକୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ, ସେ ବିଷୟରେ ଅନେକ ଆଳାପ ଆଲୋଚନା ପରେ ଶେଷରେ ଜଣେ…

କବିତା : ଫଗୁଣ ଆସିଛି

ସୁପ୍ରିୟା ପଣ୍ଡା  ଫଗୁଣ ଆସିଛି ଫଗୁର ରଙ୍ଗରେ ରଙ୍ଗାଇବ ଚଉଦିଗ ମହକରେ ମନ ମୋହିନେଇ କୁସୁମେ ଭରିବ ରାଗ। କୃଷ୍ଣଚୂଡ଼ାର କମନୀୟ କାନ୍ତି କୋମଳ ପରଷ ବେଶ ଗନ୍ଧ ବାସ ବିନା ମୁଗ୍ଧ କରିବ ରକ୍ତିମ ରଙ୍ଗେ ପଳାଶ। ସୁଗମ ସଙ୍ଗୀତ ସୁଗମିତ କଣ୍ଠେ ଗାଇବ ପ୍ରକୃତି ରାଣୀ ନବ ପଲ୍ଲବ ପ୍ଲାବିତ…

କବିତା : ବାରାଙ୍ଗନା

ସୁପ୍ରିୟା ପଣ୍ଡା ଆଉ ଅଳ୍ପ କିଛି କ୍ଷଣ ବାକି ଅଛି ନିଷ୍ପ୍ରଭ ଆଲୁଅର ପଥ  , ବନ୍ଦ କୋଠରୀରୁ ଶୁଭେ ନାହିଁ ଶବ୍ଦ ବାହାରେ ସବୁ ଚିକଚାକ ଛବି । କିଛି ନୁଆ ନୁହେଁ ସେଇ ନିତିଦିନ ଆଖି ଠାର ମିଲନର ପର୍ବ ଆତ୍ମା ଖାଲି କବଳିତ ହୁଏ ଅଧରର ପାଖୁଡ଼ା ମେଳରେ ଅବଶ୍ୟ ଏଇଟା ବି ଠିକ…

କବିତା : କାଳାନ୍ତର

ଗଗନ ଭେଦି ଅନ୍ତରୀକ୍ଷ ପର୍ଯ୍ୟନ୍ତ ଲମ୍ବିଯାଉଥିବା ଶବ୍ଦ ସବୁ ବେଳେବେଳେ ଗଢିପାରନ୍ତି ନାହିଁ ବାକ୍ୟ। କେଉଁ ଅଜଣା କ୍ଷେପଣାସ୍ତ୍ରରେ ଆହତ ହୋଇ ଅକ୍ଷ ,କକ୍ଷଚ୍ୟୁତ ହୋଇ ଯାଆନ୍ତି। ତାପରେ , ସମୀକ୍ଷା ଆତତାୟୀର ଠିକଣା ନିର୍ଦ୍ଧାରଣରେ ସଜଡ଼ା ଯାଇପାରେନା ଆଉ ଏକ ବ୍ୟୋମଯାନ।…

କବିତା:ଆଜିର ଗଣତନ୍ତ୍ର

ସ୍ବାଧୀନତାର ଏତେ ବର୍ଷ ପରେ ଟିକେ ଦେଖି ନେବାକି ହିସାବ କିତାବ କରିବା କେତେ ମାତ୍ରାରେ ସଫଳ ଆମ ଗଣତନ୍ତ୍ର? ଜରି ପାଲର ଘର ଭିତରେ ହନ୍ତ ସନ୍ତ ହୁଏ ଗଣତନ୍ତ୍ର ଝୁମ୍ପୁଡି ହୋଟେଲରେ ଦଶ ବର୍ଷ ପିଲା ହାତରେ ଧୋଇ ହେଉଥାଏ ଗଣତନ୍ତ୍ର ହଜାର ହଜାର ଝିଅଙ୍କ ଚିତ୍କାରରେ ବଳି…

ଗଳ୍ପ:ଆସ୍ତିକ

ମିକୁଲର ଜେଜେମା ଭାରି ଇଶ୍ଵର ବିଶ୍ୱାସୀ। ସବୁ କଥାକୁ ନେଇ ଠାକୁରଙ୍କ ପାଖରେ ଥୋଇବେ । ଭୋର ଚାରିଟାର ସକାଳ ପ୍ରଭାତୀରୁ ତାଙ୍କ ଦିନ ଆରମ୍ଭ ହେବ ଆଉ ରାତିର ପ୍ରାଥନାରେ ସରିବ। ବେଦ , ଉପନିଷଦ ଉପରେ ତାଙ୍କର ବହୁତ ଜ୍ଞାନ। ଏମିତିକି ସବୁ ପୁରାଣ ଓ ଭଗବତ ଗୀତା ତାଙ୍କ ଜିଭ ଅଗରେ। ପିଲାବେଳେ…

ନୂଆ ବରଷ ହେ ଆସିଛ

ଶୀତ ସକାଳର ପହିଲି ଖରାରେ ନୂଆ ବରଷ ହେ ଆସିଛ ମୁହଁ ଫୁଲେଇ ଲୁହ ଝରେଇ ମନ ମାରି କିଆଁ ବସିଛ? ଜଣା ଆମକୁ , ନଥିଲା ଭଲ ଗଲା ବରଷ ଯାକ ରୋଗ ଦାଉରେ ପଡ଼ି ସମସ୍ତେ ଭୁଲିଲେ ଶୋଷ ଭୋକ।। ଖୋଲିଲା ନାହିଁ ବିଦ୍ୟାଳୟ କି ହେଲାନି କିଛି ଯାତ ମନ ମାରିକି ରହିଲୁ ଆମେ…