Latest Odisha News

BREAKING NEWS

ଏଥର ଭାରତୀୟ କ୍ରିକେଟ ଖେଳାଳି ଦେବେ ୟୋୟୋ ଟେଷ୍ଟ

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ଫିଟନେସର ଆବଶ୍ୟକତା ଜରୁରୀ ହୋଇ ପଡିଛି । ଏହାକୁ ଦେଖି ବିସିସିଆଇ ଖେଳାଳିମାନଙ୍କ ପାଇଁ ୟୋ ୟୋ ଟେଷ୍ଟ ଆରମ୍ଭ କରିଛି । ଇଣ୍ଡିଆନ ଏକ୍ସପ୍ରେସ ଅନୁସାରେ ପେସ ବୋଲରମାନଙ୍କୁ ୮ ମିନିଟ ୧୫ ସେକେଣ୍ଡରେ ଏବଂ ବ୍ୟାଟ୍ସମ୍ୟାନଙ୍କୁ ୮ ମିନିଟ ୩୦ ସେକେଣ୍ଡରେ ୨ କିଲୋମିଟର ରେସ୍ ସମ୍ପୂର୍ଣ୍ଣ କରିବାକୁ ପଡିବ । ଏହି ଟେଷ୍ଟକୁ ସଭାପତି ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ସଚିବ ଜୟ ଶାହ ସ୍ୱୀକୃତି ଦେଇଛନ୍ତ ।

ସମସ୍ତ ଚୁକ୍ତିବଦ୍ଧ ଖେଳାଳିମାନଙ୍କୁ ଏ ନେଇ ସୂଚନା ଦିଆ ସରିଛ । ତେବେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିବା ଖେଳାଳିମାନଙ୍କୁ ବର୍ତମାନ ଏହି ଟେଷ୍ଟରୁ ବାଦ୍ ଦିଆଯାଇଛି । ବିସିସିଆଇ ୨୦୧୭ରୁ ଏହି ଟେଷ୍ଟ ଆରମ୍ଭ କରିଛି । ସୂଚନାଯୋଗ୍ୟ, ସଞ୍ଜୁ ସାମସନ, ଅମ୍ବାତି ରାୟୁଡୁ, କେଦାର ଯାଦବ ପରି ଖେଳାଳିମାନେ ପୂର୍ବରୁ ଏହି ଟେଷ୍ଟରେ ବିଫଳ ହୋଇଥିବାରୁ ଦଳରୁ ବାଦ୍ ପଡିଥିଲେ ।

Leave A Reply

Your email address will not be published.