Latest Odisha News

BREAKING NEWS

ହର୍ମୁଜରେ ଉତ୍ତେଜନା ବୃଦ୍ଧି; ଫେରି ଆସିଲା ୨ଟି ଭାରତୀୟ ଟ୍ୟାଙ୍କର

ନୂଆଦିଲ୍ଲୀ: ହର୍ମୁଜରେ ବୃଦ୍ଧି ପାଉଛି ଉତ୍ତେଜନା । ଇରାନର କାର୍ଯ୍ୟାନୁଷ୍ଠାନ କାରଣରୁ ଭାରତୀୟ ଜାହାଜଗୁଡ଼ିକୁ ଫେରିଆସିବାକୁ ପ଼ଡିଛି । ଭାଗ୍ୟଲକ୍ଷ୍ମୀ ସମେତ ୨ ଭାରତୀୟ ଟ୍ୟାଙ୍କରକୁ ଆଗକୁ ବଢ଼ିବାରୁ ବାରଣ କରିଥିଲା ଇରାନ । ଫଳରେ ଭାରତୀୟ ଟ୍ୟାଙ୍କର ସେଠାରୁ ଫେରିଆସିଛି ବୋଲି ଜଣାପଡ଼ିଛି ।

ଜାହାଜର କର୍ମଚାରୀମାନେ ଆଗକୁ ଯିବାକୁ ବାରମ୍ବାର ଅନୁମତି ମାଗିଥିଲେ । କିନ୍ତୁ ସେମାନଙ୍କୁ ଅନୁରୋଧକୁ ପ୍ରତ୍ୟାଖାନ କରାଯାଇଥିଲା ଏବଂ ତୁରନ୍ତୁ ପଛକୁ ଫେରିଯିବାକୁ କୁହାଯାଇଥିଲା । ଜଣେ କ୍ରୁ ସଦସ୍ୟ କହିଛନ୍ତି ଯେ, ସେମାନଙ୍କୁ ପ୍ରଥମେ ଆଗକୁ ବଢ଼ିବା ପାଇଁ ଅନୁମତି ଦିଆଯାଇଥିଲା, କିନ୍ତୁ ତା’ପରେ ହଠାତ୍ ଗୁଳି ଫୁଟିଥିଲା ଏବଂ ସେମାନଙ୍କୁ ଫେରିଯିବାକୁ କୁହାଯାଇଥିଲା ।

ସୂତ୍ର ଅନୁଯାୟୀ, ଇରାନର ଗନ୍ ବୋଟ୍ ଉଭୟ ଭାରତୀୟ ଜାହାଜ ଉପରେ ଗୁଳି ଚଳାଇଥିଲା । ଏଥିର କେହି ଆହତ ହୋଇ ନଥିଲେ କିମ୍ବା ଜାହାଜଗୁଡ଼ିକର କୌଣସି କ୍ଷତି ହୋଇନଥିଲା। ରିପୋର୍ଟ ଅନୁଯାୟୀ, ଅନେକ ଜାହାଜକୁ ରେଡିଓ ମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ, ସେମାନଙ୍କୁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦିଆଯାଇ ନାହିଁ ।

ଏହି ଘଟଣା ପରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଇରାନ ରାଷ୍ଟ୍ରଦୂତଙ୍କୁ ଭେଟି ଭାରତର ଚିନ୍ତା ଜଣାଇବା ସହିତ ଭାରତୀୟ ଜାହାଜ ପାଇଁ ତୁରନ୍ତ ସୁରକ୍ଷିତ ପଥ ପୁନଃସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି । ଇରାନ ରାଷ୍ଟ୍ରଦୂତ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଭାରତର ଚିନ୍ତା ତାଙ୍କ ସରକାରଙ୍କୁ ଜଣାଇ ଦିଆଯିବ ।

Leave A Reply

Your email address will not be published.