Latest Odisha News

BREAKING NEWS

ଟିଭି ପରଦାରେ ରାମଙ୍କ ରୋଲ କରିବା ନଥିଲା ସହଜ, ଜାଣନ୍ତୁ କ’ଣ କୁହନ୍ତି ରାମଙ୍କ ଅଭିନୟ କରିଥିବା ଅଭିନେତା

ଭୁବନେଶ୍ଵର: ଆପଣମାନେ ଟେଲି ଦୁନିଆରେ ଅନେକ ଥର ରାମାୟଣ ଦେଖିଥିବେ । ବର୍ତ୍ତମାନ ବଡ ପରଦାରେ ମଧ୍ୟ ରାମାୟଣ ଦେଖିବାକୁ ମିଳିଛି । ଆଉ ଏହି ରାମାୟଣରେ ଅନେକ କଳାକାର ରାମ ଭୁମିକାରେ ଅଭିନୟ କରିଛନ୍ତି । ଅଭିନେତା ଅରୁଣ ଗୋଭିଲଙ୍କ ଠାରୁ ଆରମ୍ଭ କରି ସୁପରଷ୍ଟାର ପ୍ରଭାସଙ୍କ ପର୍ଯ୍ୟନ୍ତ । ସମସ୍ତଙ୍କୁ ରାମ ଭୁମିକାରେ ଆମେ ମାନେ ପରଦାରେ ଦେଖିଛନ୍ତି । ପରଦା ଉପରେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ଏହି କଳାକାର ମାନେ ପରଦା ପଛରେ ମଧ୍ୟ ଅନେକ ତ୍ୟାଗ କରିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିବା କୌଣସି ଅଭିନେତାଙ୍କ ପାଇଁ ସହଜ ନଥିଲା । କାରଣ ରାମ ଶବ୍ଦ ଓ ତାଙ୍କ ଚରିତ୍ର ଉପରେ ଲୋକଙ୍କର ଅତୁଟ ଆସ୍ଥା ଯୋଡି ହୋଇ ରହିଛି । ତେବେ ଆସନ୍ତୁ ଜାଣିବା ଅଭିନେତାଙ୍କ ସେହି ତ୍ୟାଗ ବିଷୟରେ…

BjdElectrycity

ଅରୁଣ ଗୋଭିଲ

ରାମାନନ୍ଦ ସାଗରଙ୍କ ରାମାୟଣରେ ରାମ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲଙ୍କୁ ତ ସମସ୍ତେ ଭଗବାନ ରାମଙ୍କ ପରି ସମ୍ମାନ ଦେଇଥାନ୍ତି । ତାଙ୍କ ବିଷୟରେ କିଏ ବା ନ ଜାଣେ । ରାମାୟଣରେ ତାଙ୍କର ଅତୁଳନୀୟ ଅଭିନୟ ସମସ୍ତଙ୍କ ମନରେ ଆଜିବି ଜୀବନ୍ତ ହୋଇ ରହିଛି । କିନ୍ତୁ ଏହି ଚରିତ୍ର ପାଇଁ ଅରୁଣ ଅନେକ ତ୍ୟାଗ କରିଛନ୍ତି । ସେ ଏଥିପାଇଁ ସିଗାରେଟ ମଧ୍ୟ ଛାଡି ଦେଇଥିଲେ । ଦିନେ ଜଣେ ପ୍ରଶଂସକ ଅରୁଣଙ୍କୁ ସିଗାରେଟ ଟାଣୁଥିବା ଦେଖି କହିଥିଲେ ଯେ, ଆମେ ତୁମକୁ ଭଗବାନ ରାମ ଭାବି ସମ୍ମାନ ଦେଉଛୁ, କିନ୍ତୁ ତୁମେ ଏଠି ବସି ସିଗାରେଟ ଟାଣୁଛ । ପ୍ରଶଂସକଙ୍କ ଏହି ଗିଟିଏ ପଦ କଥା ଅରୁଣଙ୍କୁ ଏପରି ଆଘାତ୍ ଦେଇଥିଲା ଯେ, ସେ ସେଥିପାଇଁ ଆଜୀବନ ସିଗାରେଟ ଛାଡିବାର ନଷ୍ପତ୍ତି ନେଇଥିଲେ । କେବଳ ଏତିକ ନୁହେଁ ରାମ ଚରିତ୍ରରେ ସେ ଏପରି ଲୋକଙ୍କ ମନକୁ ଛୁଇଁ ଯାଇଥିଲେ ଯେ ପ୍ରଶଂସକମାନେ ତାଙ୍କୁ ଅନ୍ୟ କୌଣସି ଚରିତ୍ରରେ ଦେଖିବାକୁ ମଧ୍ୟ ଚାହୁଁନଥିଲେ । ସେଥିପାଇଁ ସେ ଅନେକ ଅଫର୍ସକୁ ମଧ୍ୟ ଛାଡିଦେଇଥିଲେ ।

ଗୁରମୀତ ଚୌଧୁରୀ

ଗୁରମୀତ ଚୌଧୁରୀଙ୍କ ସିରିଏଲ ରାମାୟଣ (୨୦୦୮)ରେ ଟିଭି ପରଦାରେ ଦେଖିବାକୁ ମିଳିଥିଲା । କିନ୍ତୁ କଣ ଆପଣ ଜାଣନ୍ତୁ ଗୁରମୀତଙ୍କ ଆଖି ପାଇଁ ହିଁ ତାଙ୍କୁ ଏହି ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ସୋ ର ପ୍ରଡ୍ୟୁସର ଆନନ୍ଦ ସାଗର ଏକ ଏପରି ଅଭିନେତାଙ୍କୁ ଖୋଜୁଥିଲେ ଯାହାଙ୍କ ଆଖି କମଳ ନୟନ ପରି ହୋଇଥିବ । ଏହି ଚରିତ୍ରରେ ଅଭିନୟ କରିବା ପାଇଁ ଗୁରମୀତ ଦେଢ ବର୍ଷ ପର୍ଯ୍ୟନ୍ତ ବାଳ କାଟିନଥିଲେ । ଏପରିକି ଫାଷ୍ଟଫୁଡ୍ ମଧ୍ୟ ଛାଡିଦେଇଥିଲେ । ସୁଟିଂ ସେଟ୍ ରେ କେବଳ ସେ ଘର ଖାଦ୍ୟ ଖାଉଥିଲେ ।

ସୁପରଷ୍ଟାର ପ୍ରଭାସ

ଫିଲ୍ମ ଆଦିପୁରୁଷ ଲୋକଙ୍କ ମନକୁ ଏତେଟା ମାତ୍ରାରେ ଛୁଇଁ ପାରିନଥିଲେ ମଧ୍ୟ ଏହି ଫିଲ୍ମ ପାଇଁ ପ୍ରଭାସ ଅନେକ କଷ୍ଟ କରିଛନ୍ତି ।  ଫିଲ୍ମର ସୁଟିଂ ଶେଷ ହେବା ପର୍ଯ୍ୟନ୍ତ ପ୍ରଭାସ ଜଣେ ସାଧୁଙ୍କ ପରି ଜୀବନ ଅତିବାହିତ କରୁଥିଲେ । ଏପରିକି ସେତେବେଳେ ସେ ମଦ, ମାଂସ ମଧ୍ୟ ଛାଡି ଦେଇଥିଲେ । ସମ୍ପୁର୍ଣ୍ଣ ଭାବେ ନିରାମିଷ ଖାଦ୍ୟ ଗ୍ରହଣ କରୁଥିଲେ ପ୍ରଭାସ । ଏହାଛଡା ଏହି ଫିଲ୍ମ ପାଇଁ ପ୍ରଭାସ ଅନେକ କଷ୍ଟରେ ଧନୁର୍ବିଦ୍ୟା, ପାହାଡ ଚଢିବା, ଅସ୍ତ୍ର ଚାଳନା ଆଦି ଶିଖିଥିଲେ ।

ରଣବୀର କପୁର

ନିର୍ଦ୍ଦେଶକ ନିତେଶ ତିୱାରୀ ମଧ୍ୟ ରାମାୟଣ ତିଆରି କରୁଛନ୍ତି । ଏଥିପାଇଁ ରାମ ଭୁମିକାରେ ରଣବୀରଙ୍କୁ ଚୟନ କରାଯାଇଛି । ତେବେ ବର୍ତ୍ତମାନ ଏହା କନଫର୍ମ ହୋଇନାହିଁ । ତେବେ ସୂଚନା ମିଳିଛି ଯେ ରାମ ଚରିତ୍ରରେ ଅଭିନୟ କରିବାପାଇଁ ରଣବୀର ମଦ, ଆମିଷ ଆଦି ଛାଡିଦେଇଛନ୍ତି । ଏପରିକି ରଣବୀର କ୍ଲବ, କିମ୍ବା ପାର୍ଟିକୁ ମଧ୍ୟ ଯାଉନାହାନ୍ତି । ତେବେ ଏବେ ଦେଖିବାକୁ ବାକ ରହିଲା ଯେ ନିତେଶ୍ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ରରେ ରାମ ଭୁମିକାରେ ରଣବୀରଙ୍କୁ ଦେଖବାକୁ ମିଳୁଛି କି ନାହିଁ ।

 

 

Leave A Reply

Your email address will not be published.