Latest Odisha News

BREAKING NEWS

ଆସନ୍ତୁ ଜାଣିବା ୱାଶିଂଟନ ସୁନ୍ଦର ନାମ ପଛରେ ଥିବା କାହାଣୀ ବିଷୟରେ…

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ କ୍ରିକେଟ ଟେଷ୍ଟରେ ଅଲରାଉଣ୍ଡ ପ୍ରଦର୍ଶନରେ ମନ ଜିଣିଛନ୍ତି ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ୱାଶିଂଟନ ସୁନ୍ଦର । ରବିଚନ୍ଦ୍ରନ ଅଶ୍ୱିନ ଆଘାତପ୍ରାପ୍ତ ହେବା ପରେ ତାଙ୍କୁ ୪ର୍ଥ ଟେଷ୍ଟରେ ଖେଳିବା ପାଇଁ ସୁଯୋଗ ମିଳିଥିଲ । ସେ ଏହାକୁ ହତଛଡା ନ କରି ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ୱାଶିଂଟନ ସୁନ୍ଦରଙ୍କ ନାମ ପଛରେ ଥିବା ହୃଦୟସ୍ପର୍ଶୀ କାହାଣୀ ବିଷୟରେ ଆସନ୍ତୁ ଜାଣିବା । ସୁନ୍ଦରଙ୍କ ଗୋଟିଏ କାନକୁ ଭଲ ଶୁଭେ ନାହିଁ । ମାତ୍ର ଏହା ତାଙ୍କ ସଫଳତାରେ ପ୍ରତିବନ୍ଧକ ହୋଇପାରି ନାହିଁ । ୱାଶିଂଟନ ସୁନ୍ଦର ନାମ ଶୁଣିବା ପରେ ମନକୁ ନିଶ୍ଚିତ ଭାବେ ଆସେ ଯେ, ଆମେରିକା ସହ ତାଙ୍କର କୌଣସି ସମ୍ବନ୍ଧ ରହିଛି କିମ୍ବା ତାଙ୍କ ବାପାଙ୍କୁ ୱାଶିଂଟନ ସହରକୁ ବହୁତ ପସନ୍ଦ କରିଥାନ୍ତି । ମାତ୍ର ଏ ସବୁ କିଛି ନୁହେଁ ।

ୱାଶିଂଟନଙ୍କ ବାପା ଏମ.ସୁନ୍ଦର ଭାରି ଗରୀବ ଥିଲେ । ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ବ୍ୟକ୍ତ ଭଲ କ୍ରିକେଟ ମଧ୍ୟ ଖେଳୁଥିଲେ । ସେ ତାଙ୍କ ପିଲାମାନ ଲାଳନ ପୋଷଣ ପାଇଁ ଅର୍ଥ ଯୋଗାଡ କରିପାରୁ ନ ଥିଲେ । ସେ ସମୟରେ ପିଡି ୱାଶିଂଟନ ନାମକ ଜଣେ ବ୍ୟକ୍ତି ତାଙ୍କ ଘର ପାଖରେ ରହୁଥିଲେ । ସେ ତାଙ୍କ ଆଡୁ ୱାଶିଂଟନଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ । ପଢ଼ିବାଠାରୁ ଆରମ୍ଭ କରି ଖେଳିବା ପର୍ଯ୍ୟନ୍ତ । ଯେତେବେଳେ ସେ ରଣଜୀ ଟିମ୍ ପାଇଁ ମନୋନୀତ ହେଲେ ସବୁଠାରୁ ବେଶି ଖୁସି ପିଡି ୱାଶିଂଟନ ହୋଇଥିଲେ । ଏମ.ସୁନ୍ଦରଙ୍କ କହିବା ଅନୁସାରେ ୱାଶିଂଟନ ଜନ୍ମ ସମୟରେ ତାଙ୍କ ପତ୍ନୀ ଗୁରୁତର ହୋଇ ପଡିଥିଲେ । ପିଡିଙ୍କ ଆର୍ଥୀକ ସହାୟତା ଯୋଗୁ ଉଭୟ ମାଆ ଓ ପୁଅ ବଂଚିପାରିଥିଲେ । ପୁଅ କାନରେ ଯେତେବେଳେ ଶ୍ରୀନିବାସ କହିଲି ସେ ସମୟରେ ମନକୁ ଆସିଲା ଯିଏ ମୋତେ ଏତେ ସାହାଯ୍ୟ କରିଛି ତାଙ୍କ ନାମରେ ପୁଅର ନାମ ରଖିବି । ବାସ ସେବେଠାରୁ ୱାଶିଂଟନ ସୁନ୍ଦର ଭାବେ ତାଙ୍କ ନାମକରଣ ହୋଇଗଲା ।

Leave A Reply

Your email address will not be published.