Latest Odisha News

BREAKING NEWS

ଦୁଇଟି ବିବାହ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ସୋନଲ୍‌!

ନୂଆଦିଲ୍ଲୀ: ଫିଲ୍ମ ବ୍ୟତୀତ ବଲିଉଡ ଅଭିନେତ୍ରୀ ସୋନାଲ ଚୌହାନ ସୋସିଆଲ ମିଡିଆରେ ନିଜର ବିଶେଷ ପୋଷ୍ଟ ସେୟାର କରି ଚର୍ଚ୍ଚାରେ ରହିଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ଅନେକ ସମୟରେ ନିଜର ଗ୍ଲାମରସ୍ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରନ୍ତି। ଏବେ ସୋନାଲ ଚୌହାନ ତାଙ୍କ ବିବାହ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା କହି ଚର୍ଚ୍ଚା ସାଉଁଟିଛନ୍ତି।

ସୋନାଲ ଚୌହାନ କହିଛନ୍ତି ଯେ ସେ ଦୁଇଟି ବିବାହ କରିବାକୁ ଚାହୁଁଛନ୍ତି। ଗୋଟିଏ ସମୁଦ୍ର କୂଳରେ ଏବଂ ଅନ୍ୟଟି ପର୍ବତ ଉପରେ। ପ୍ରକୃତିକୁ ନେଇ ଆଲୋଚନା ବେଳେ ସେ ଏହା କହିଛନ୍ତି। ଇଂରାଜୀ ୱେବସାଇଟ୍ ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ସୋନାଲ ଚୌହାନ କହିଛନ୍ତି ଯେ ସେ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ତେଣୁ ସେ ଦୁଇଟି ବିବାହ କରିବାକୁ ଚାହୁଁଛନ୍ତି। ଅଭିନେତ୍ରୀ କହିଛନ୍ତି, ‘ହଁ, ମୁଁ ପ୍ରକୃତିକୁ ଭଲ ପାଏ, ଏହା ଅତ୍ୟନ୍ତ ଆନନ୍ଦଦାୟକ। ଆମ ଜୀବନରେ ଏହାର ବହୁତ ଗୁରୁତ୍ୱ ରହିଛି। ପ୍ରକୃତି ଅପେକ୍ଷା ମୋତେ କିଛି ଅଧିକ ସୁଖ ଦିଏ ନାହିଁ।

ଏହା ପରେ ସୋନାଲ ଚୌହାନ ମଧ୍ୟ ତାଙ୍କ ବିବାହ ବିଷୟରେ କହିଥିଲେ। ସୋନାଲ ଚୌହାନ କହିଛନ୍ତି, ‘ଯେତେବେଳେ ମୁଁ ବିବାହ କରିବି, ମୁଁ ଦୁଇଟି ବିବାହ କରିବାକୁ ଚାହେଁ। ଗୋଟିଏ ସମୁଦ୍ର କୂଳରେ ଏବଂ ଗୋଟିଏ ପର୍ବତ ଉପରେ। 

Leave A Reply

Your email address will not be published.