Latest Odisha News

BREAKING NEWS

ମଦ ନିଶାରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ସ୍ଵାମୀ

ଭୁବନେଶ୍ଵର: ଭୁବନେଶ୍ଵର ମୈତ୍ରୀ ବିହାରରେ ଜଘନ୍ୟ ହତ୍ୟାକାଣ୍ଡ । ନୃଶଂସ ସ୍ବାମୀର ବର୍ବର କାଣ୍ଡ । କାଠ ଫାଳିଆ ରେ ସ୍ତ୍ରୀ ପିଟି ପିଟି ହତ୍ୟା କରିଥିଲା ସ୍ବାମୀ । ହତ୍ୟାକାଣ୍ଡ ଘଟାଇବା ପରେ ୩ଦିନ ଯାଏଁ ବନ୍ଦ ଘର ଭିତରେ ମୃତ ଶରୀରକୁ ଜଗି ରହିଲା ସ୍ଵାମୀ । ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିବା ସହ ମୃତଦେହ ଜବତ କରିଛି ।

ସୂଚନା ଅନୁସାରେ, ଭୁବନେଶ୍ଵର ସ୍ଥିତ ସାଲିଆ ସାହି ତାରିଣୀନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଦ ନିଶାରେ ସ୍ବାମୀ ଗୋଲକ ବିହାରୀ ଜେନା ସ୍ତ୍ରୀ ସ୍ବପ୍ନା ଜେନାଙ୍କୁ ପିଟି ପିଟି ହତ୍ୟା କରିଛି । ହତ୍ୟା ପରେ ଘର ଭିତରେ ମୃତଦେହକୁ ଜଗିବସିଥିଲା ଗୋଲକ । ୩ ଦିନ ପରେ ଘର ଭିତରୁ ଆଜି ଦୁର୍ଗନ୍ଧ ବାହାରିବାରୁ ପଡୋଶୀମାନଙ୍କ ସନ୍ଦେହ ବଢିଥିଲା । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ପଚାରିବାରୁ ସ୍ତ୍ରୀ କୁ ପିଟିପିଟି ହତ୍ୟା କରିଥିବା କଥା ମାନିଥିଲା ସ୍ୱାମୀ । ଅଭିଯୁକ୍ତକୁ ଗିରଫ କରିବା ସହ ମୈତ୍ରୀ ବିହାର ପୋଲିସ ଓ ସାଇଟିନ୍ତିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.