Latest Odisha News

BREAKING NEWS

ଆମେରିକା ଓ କାନାଡାରେ ରିଲିଜ୍ ହେଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ବଲିଉଡ଼ ଫିଲ୍ମ ‘ଦ କେରଲା ଷ୍ଟୋରି’ ଶୁକ୍ରବାର ଆମେରିକା ଓ କାନାଡାରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ୨୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଥିବା ଜଣାଯାଇଛି । ଦୁଇ ଦିନ ମଧ୍ୟରେ ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଆମେରିକା ଓ କାନାଡ଼ାରେ ଏହି ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ଫିଲ୍ମ ‘ଦ କେରଲା ଷ୍ଟୋରି’ର ନିର୍ଦ୍ଦେଶକ ସୁଦିପ୍ତୋ ସେନ ଏକ ସାକ୍ଷାତକାରରେ କହିଛନ୍ତି ଯେ, କେରଳ ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ପ୍ରସଙ୍ଗକୁ ନେଇ ଦେଶ ଅସ୍ୱୀକାର କରିଥିଲା । କେରଳର କାହାଣୀ ହେଉଛି ଏକ ମିଶନ, ଯାହା ସିନେମାର ସୃଜନଶୀଳ ସୀମା ଅତିକ୍ରମ କରେ । ଏହା ଏକ ଅଭିଯାନ,ଯାହା ବିଶ୍ୱର ଜନତାଙ୍କୁ ସଚେତନତା ସୃଷ୍ଟି କରିବା ଉଚିତ ।

ଫିଲ୍ମର ର୍ନିମାତା ଭିପୁଲ ଶାହା କହିଛନ୍ତି, ଫିଲ୍ମ୍ରର ବିଷୟ ଜନସାଧାରଣଙ୍କଠାରୁ ଲୁଚି ରହିଥିଲା ।ଏହା ଲୋକଲୋଚନକୁ ଆସିବା ଆବଶ୍ୟକ ଥିଲା । ଆମେ ଏହି ଫିଲ୍ମକୁ ନେଇ ବହୁ ବିଚାର ବିମର୍ଷ କରିବା ପରେ ଏହା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲୁ । ଏହି ଫିଲ୍ମରେ ତିନି ମହିଳାଙ୍କ କାହାଣୀ ରହିଛି, ଯେଉଁମାନେ ଇସଲାମ ଧର୍ମ ଗ୍ରହଣ କରନ୍ତି ଏବଂ ଆଇଏସଆଇଏସରେ ଯୋଗ ଦିଅନ୍ତି ।

Leave A Reply

Your email address will not be published.