ମୁମ୍ବାଇ: ଆଇପିଏଲର ମେଗା ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏଥର ନିଲାମରେ ପ୍ରଥମ ଥର ଦୀର୍ଘ ଦିନ ଧରି ଏକାଠି ଖେଳି ଆସିଥିବା ଚର୍ଚ୍ଚିତ ଯୋଡି ପରସ୍ପରଠାରୁ ଅଲଗା ହୋଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ…
ଧୋନୀ-ରାଇନା: ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନା ୧୨ ବର୍ଷ ଧରି ଏକତ୍ର ଖେଳିଥିଲେ । ଧୋନୀଙ୍କ ସମସ୍ତ ରଣନୀତିର ମୁଖ୍ୟ ଅସ୍ତ୍ର ଥିଲେ ରାଇନା । ଚେନ୍ନାଇ ଏଥର ଧୋନୀଙ୍କୁ ରିଟେନ କରିଥିବା ବେଳେ ରାଇନାଙ୍କୁ କୌଣସି ଟିମ କିଣି ନାହାନ୍ତି । ଫଳରେ ଦୀର୍ଘ ଦିନ ପରେ ଏବେ ଏହି ଯୋଡି ଅଲଗା ହୋଇଛନ୍ତି ।
କୋହଲି-ଡିଭିଲର୍ସ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଓ ଏବି ଡିଭିଲର୍ସ ପାଖାପାଖି ୧୧ ବର୍ଷ ଏକତ୍ର ଖେଳିଛନ୍ତି । ଆଇପିଏଲ ଇତିହାସର ସବୁଠାରୁ ବଡ ପାର୍ଟନରଶିପ ୨୧୫ ରନ ଏହି ଯୋଡିଙ୍କୁ ବ୍ୟାଟରୁ ହାସଲ ହୋଇଥିଲା । ବିରାଟ ଟିମ ସହିତ ରହିଥିଲେ ମଧ୍ୟ ଡିଭିଲର୍ସ ଅବସର ଘୋଷଣା କରିଛନ୍ତି ।
କୃଣାଳ-ହାର୍ଦ୍ଦିକ: ପିଲାବେଳୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏକତ୍ର ଖେଳି ଆସୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟା ଏଥର କିନ୍ତୁ ଅଲଗା ଅଲଗା ଟିମ ପକ୍ଷରୁ ଖେଳିବେ । ଆଇପିଏଲରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥଲେ । ହାର୍ଦ୍ଦିକଙ୍କୁ ଗୁଜରାଟ ଟିମ ଅଧିନାୟକ ଭାବେ ଦଳରେ ନେଇଥିବା ବେଳେ କୃଣାଳ ଲକ୍ଷ୍ନୌ ପକ୍ଷରୁ ଖେଳିବେ ।
ୱାର୍ଣ୍ଣର-ରଶିଦ: ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଓ ଆଫଗାନିସ୍ତାନର ରଶିଦ ଖାଁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କ୍ରମାଗତ ୫ ବର୍ଷ ଏକତ୍ର ଖେଳୁଥିଲେ । ୱାର୍ଣ୍ଣରଙ୍କ ନେତୃତ୍ୱରେ ରଶିଦ ଭଲ ପ୍ରଦର୍ଶନ ମଧ୍ୟ କରୁଥିଲେ । ରଶିଦ ଗୁଜରାଟ ଏବଂ ୱାର୍ଣ୍ଣର ଦିଲ୍ଲୀ ପକ୍ଷରୁ ଏଥର ଖେଳିବେ ।
BREAKING NEWS
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କଲା ECoR
- ୧୯ ବର୍ଷରୁ କମ ମହିଳା କ୍ରିକେଟ: ବିସିସିଆଇ ନିକଟରେ ଅଭିଯୋଗ କଲା ଝାରଖଣ୍ଡ
- ଭାଷାକୁ ବର୍ଣ୍ଣାଶୁଦ୍ଧିରୁ ମୁକ୍ତ କରିବା ପାଇଁ ଡିସେମ୍ବର ୧୪ ‘ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ’ ଘୋଷଣା
- ସିଆଇଡି ସ୍ରଷ୍ଟା ବି.ପି. ସିଂହଙ୍କ ପରଲୋକ, ଶ୍ରଦ୍ଧାଂଜଳି ଜଣାଇଲେ ତାରକା
- E-20 ଅପପ୍ରଚାର ପେଡ୍ କ୍ୟାମ୍ପେନ୍ ଥିଲା କହିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ
- ଅଭିନେତା ଇମ୍ରାନ ଖାନ୍ ସାମାନ୍ୟ ଆଶ୍ୱସ୍ତ, ନଭେମ୍ବର ୨ ଯାଏଁ ହେବନି କାର୍ଯ୍ୟାନୁଷ୍ଠାନ

Comments are closed.