ମୁମ୍ବାଇ: ଆଇପିଏଲର ମେଗା ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏଥର ନିଲାମରେ ପ୍ରଥମ ଥର ଦୀର୍ଘ ଦିନ ଧରି ଏକାଠି ଖେଳି ଆସିଥିବା ଚର୍ଚ୍ଚିତ ଯୋଡି ପରସ୍ପରଠାରୁ ଅଲଗା ହୋଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ…
ଧୋନୀ-ରାଇନା: ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନା ୧୨ ବର୍ଷ ଧରି ଏକତ୍ର ଖେଳିଥିଲେ । ଧୋନୀଙ୍କ ସମସ୍ତ ରଣନୀତିର ମୁଖ୍ୟ ଅସ୍ତ୍ର ଥିଲେ ରାଇନା । ଚେନ୍ନାଇ ଏଥର ଧୋନୀଙ୍କୁ ରିଟେନ କରିଥିବା ବେଳେ ରାଇନାଙ୍କୁ କୌଣସି ଟିମ କିଣି ନାହାନ୍ତି । ଫଳରେ ଦୀର୍ଘ ଦିନ ପରେ ଏବେ ଏହି ଯୋଡି ଅଲଗା ହୋଇଛନ୍ତି ।
କୋହଲି-ଡିଭିଲର୍ସ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଓ ଏବି ଡିଭିଲର୍ସ ପାଖାପାଖି ୧୧ ବର୍ଷ ଏକତ୍ର ଖେଳିଛନ୍ତି । ଆଇପିଏଲ ଇତିହାସର ସବୁଠାରୁ ବଡ ପାର୍ଟନରଶିପ ୨୧୫ ରନ ଏହି ଯୋଡିଙ୍କୁ ବ୍ୟାଟରୁ ହାସଲ ହୋଇଥିଲା । ବିରାଟ ଟିମ ସହିତ ରହିଥିଲେ ମଧ୍ୟ ଡିଭିଲର୍ସ ଅବସର ଘୋଷଣା କରିଛନ୍ତି ।
କୃଣାଳ-ହାର୍ଦ୍ଦିକ: ପିଲାବେଳୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏକତ୍ର ଖେଳି ଆସୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟା ଏଥର କିନ୍ତୁ ଅଲଗା ଅଲଗା ଟିମ ପକ୍ଷରୁ ଖେଳିବେ । ଆଇପିଏଲରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥଲେ । ହାର୍ଦ୍ଦିକଙ୍କୁ ଗୁଜରାଟ ଟିମ ଅଧିନାୟକ ଭାବେ ଦଳରେ ନେଇଥିବା ବେଳେ କୃଣାଳ ଲକ୍ଷ୍ନୌ ପକ୍ଷରୁ ଖେଳିବେ ।
ୱାର୍ଣ୍ଣର-ରଶିଦ: ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଓ ଆଫଗାନିସ୍ତାନର ରଶିଦ ଖାଁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କ୍ରମାଗତ ୫ ବର୍ଷ ଏକତ୍ର ଖେଳୁଥିଲେ । ୱାର୍ଣ୍ଣରଙ୍କ ନେତୃତ୍ୱରେ ରଶିଦ ଭଲ ପ୍ରଦର୍ଶନ ମଧ୍ୟ କରୁଥିଲେ । ରଶିଦ ଗୁଜରାଟ ଏବଂ ୱାର୍ଣ୍ଣର ଦିଲ୍ଲୀ ପକ୍ଷରୁ ଏଥର ଖେଳିବେ ।
BREAKING NEWS
- ରାଉରକେଲା ସର୍କିଟ ହାଉସ ମାମଲା; ବିହାରରୁ ଗିରଫ ଯୁବ ନେତା ପ୍ରକାଶ ପାସୱାନ ଗିରଫ
- Kailash Mansarovar: ନେପାଳ ବନ୍ୟାରେ ଭାସିଗଲେ ଶହ ଶହ କୈଳାସ ମାନସରୋବର ତୀର୍ଥଯାତ୍ରୀ! ଜାଣନ୍ତୁ କେତେ କଷ୍ଟକର ଏହି ଯାତ୍ରା…କେଉଁ ବାଟ ଦେଇ ଯାଆନ୍ତି ଭାରତୀୟ?
- Modi Cabinet Reshuffle: ମୋଦି କ୍ୟାବିନେଟ୍ରେ ବଡ଼ ‘ରିସେଟ୍’! ବିଦା ହେବେ ୭୦+ ମନ୍ତ୍ରୀ? ଜାଣନ୍ତୁ କାହାର କଟିବ ପତ୍ତା, କାହାକୁ ମିଳିବ ମନ୍ତ୍ରୀପଦ?
- ନେପାଳ ବନ୍ୟା, ବିହାରରେ ହାଇ ଆଲର୍ଟ
- ବିଶ୍ୱରେ ପ୍ରଥମ:ଏଆଇ-ସହାୟତାରେ-ପ୍ରଥମ-ମସ୍ତିଷ୍କ-ଅସ୍ତ୍ରୋପଚାର
- ନେପାଳ ବନ୍ୟାରେ ନିଖୋଜ ୨ ଓଡ଼ିଆ, ସହାୟତା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
- ରାକ୍ଷୀ ପୂର୍ଣ୍ଣିମା; ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍’ ସେବା
- ନେପାଳରେ ବନ୍ୟା; ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି, ୧୩୩ ଭାରତୀୟ ନିଖୋଜ…
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?
- ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ

Comments are closed.