Latest Odisha News

BREAKING NEWS

୩ୟ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ୭୧.୬୧ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଛି ଏବଂ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଲାଗି ଏପ୍ରିଲ ୨୩ ତାରିଖରେ ହୋଇଥିବା ମତଦାନର ହାର ୭୧.୬୧ ପ୍ରତିଶତ ।

ଇତିମଧ୍ୟରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ମତଦାନ ହାର ପ୍ରକାଶିତ ହୋଇଛି । ଭୁବନେଶ୍ୱରରେ ମତଦାନ ହାର ସବୁଠୁ କମ୍ ୫୯.୬୦ ହୋଇଥିବା ବେଳେ କେନ୍ଦୁଝରରେ ମତଦାନ ହାର ସର୍ବାଧିକ ୭୮.୧୬ ରହିଛି । ସେହିପରି ସମ୍ବଲପୁରରେ (୭୬.୩୮ %), ଢେଙ୍କାନାଳରେ (୭୪.୯୮ %), କଟକରେ (୬୯.୬୫ %) ଏବଂ ପୁରୀରେ (୭୨.୫୩ %) ଭୋଟଗ୍ରହଣ ହୋଇଛି ।

ସମୁଦାୟ ୯୨,୫୭୬୨୩ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୬୬, ୨୯୮୪୫ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।

ଏଥିରେ ମଧ୍ୟ ଉଲ୍ଲେଖ ରହିଛି, ମୋଟ ୩୪, ୨୩୧୧୯ ଜଣ ପୁରୁଷ, ୩୨, ୦୬୬୨୬ ମହିଳା ଏବଂ ୧୦୦ ଜଣ ଅନ୍ୟ ବର୍ଗର ଭୋଟର ମତଦାନ କରିଥିଲେ ।

Leave A Reply

Your email address will not be published.