Latest Odisha News

BREAKING NEWS

ନିଲମ୍ବିତ ହେଲେ ୩ ପୋଲିଂ କର୍ମଚାରୀ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ଯାଜପୁର ଜିଲ୍ଲାପାଳ ଓ ରିଟନିଂ ଅଧିକାରୀ ସୋମବାର ଦିନ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୩ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଜିଲ୍ଲାପାଳ ୧୯୧ ବୁଥର ପ୍ରିଜାଉଡିଂ ଅଫିସର ବୈକୁଣ୍ଠ ନାଥ ମଲ୍ଲିକ, ବିଞ୍ଝାରପୁରର ବୁଥ୍ ନଂ ୧୩୫ର ପ୍ରିଜାଇଡିଂ ଅଫିସର ଧୀରେନ୍ଦ୍ର ତ୍ରିପାଠୀଙ୍କୁ ନିଲମ୍ବିତ କରିବା ସହ ତୁରନ୍ତ ଶ୍ରୀଯୁକ୍ତ ମଲ୍ଲିକଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ମଧ୍ୟ ସୁକିନ୍ଦାର ୧୯୬ ନଂ ବୁଥର ପୋଲିଂ ଅଫିସର ଜନାର୍ଦ୍ଦନ ପୃଷ୍ଟିଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.