Latest Odisha News

BREAKING NEWS

ଯାଜପୁର ଓ ଭଦ୍ରକରେ ଭୋଟର୍ ଭାଙ୍ଗିଲେ ଇଭିଏମ୍

ଯାଜପୁର/ଭଦ୍ରକ : ଓଡିଶାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ସୋମବାର ଦିନ ଯାଜପୁର ଓ ଭଦ୍ରକରେ ମତଦାତାମାନେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍(ଇଭିଏମ୍)କୁ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି ।

ଯାଜପୁର ଜିଲ୍ଲା ଧର୍ମଶାଳାରେ ୧୭୩ ନଂ ବୁଥରେ ଜଣେ ବ୍ୟକ୍ତି କୌଣସି କାରଣବଶତଃ ଇଭିଏମ୍ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏଭଳି ଘଟଣାପରେ ବିଜେଡି କାର୍ଯ୍ୟକର୍ତ୍ତାମାନେ ବୁଥ୍ ସମ୍ମୁଖରେ ଧାରଣାରେ ବସିବା ସହ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବି କରିଛନ୍ତି ।

ଏହାର ପ୍ରଭାବରେ ସେଠାରେ ପାଖାପାଖି ୧ ଘଣ୍ଟା ବିଳମ୍ବ ତଥା ନୂଆ ଇଭିଏମ୍ ମେସିନ୍ ଆସିବା ପରେ ମତଦାନ ଆରମ୍ଭ ହୋଇଥିବା ଜଣାପଡିଛି ।

ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନଂ ୨୭୩ରେ କୌଣସି କାରଣବଶତଃ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ କେହି ବ୍ୟକ୍ତି ଇଭିଏମ୍ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି ।

Leave A Reply

Your email address will not be published.