Latest Odisha News

BREAKING NEWS

ତିନୋଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାରସ୍ୱତ ସଂଗଠନ ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ତରଫରୁ ବିଭିନ୍ନ ଭାଷାରେ ଅନୁଦିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି।

ଭୁବନେଶ୍ୱର ,ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟସ ଆଣ୍ଡ ଲେଟର୍ସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଭଗବାନ ମେହେରଙ୍କ ଲିଖିତ ପିତୃ ପ୍ରସଙ୍ଗ ର ଇଂରାଜୀ ଅନୁବାଦ , ବାମାଚରଣ ମିତ୍ରଙ୍କ ଚନ୍ଦ୍ର ଓ ଚମ୍ପା ଉପନ୍ୟାସ ଓ ୧୦ ଟି ଗଳ୍ପର ବଙ୍ଗଳା ଅନୁବାଦ , ସୟେଦ ସଲିମ ଙ୍କ ଧ୍ୱଂସ ତଳର ଜୀବନ ଏହି ତିନିଟି ପୁସ୍ତକକୁ ଯଥାକ୍ରମେ ମାଲବିକା ପଟେଲ, ଜୟିତିରିଦ୍ରମୋହନ ଜୋଆରଦାର ଏବଂ ଅଜିତ ପାତ୍ର ଓ କମଳା ଶତପଥୀ ଅନୁବାଦ କରିଛନ୍ତି। ଏହି ସମାରୋହରେ ଅନୁବାଦକ ଓ ଅନୁବାଦିକା ମାନେ ଯୋଗ ଦେଇ ପୁସ୍ତକ ଅନୁବାଦ ଉପରେ ନିଜର ଅନୁଭୁତି ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.