ପାଟଣା: ଆଜି ସାରା ଦେଶ ହୋଲି ଖେଳରେ ମସଗୁଲ ଥିବା ବେଳେ ବିହାର ପାଟଣାରେ ଚାଲିଛି ଚିରାଚରିତ କୁର୍ତ୍ତା ଫାଡ ହୋଲି ସେଲିବ୍ରେସନରେ ଯୋଗ ଦେଇଥିଲେ ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ। ପାଟନାରେ ହୋଲି ପାଳନ କରୁଥିବା ସମୟରେ ତେଜ ସେଠି ଜଣେ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ନାଚିବାକୁ ବାଧ୍ୟ କରିଥିଲେ। ନହେଲେ ତାଙ୍କୁ ନିଲମ୍ବନ କରାଯିବ ବୋଲି ଧମକ ଦେଇଥିଲେ। ଯାହାକୁ ଏବେ ଚାରିଆଡୁ ନିନ୍ଦା କରାଯାଇଥିବା ବେଳେ ଏହାକୁ ନେଇ ଆରଜେଡି ଉପରେ ବର୍ଷିଛି ବିଜେପି । ଏମିତିକି ସହଯୋଗୀ କଂଗ୍ରେସ ମଧ୍ୟ ଆରଜେଡି ନେତାଙ୍କ ଏଭଳି ବ୍ୟବହାରକୁ କଡ଼ା ନିନ୍ଦା କରିଛି।
ତେବେ ଆଜି ପାଟଣାରେ ହୋଲି ଉତ୍ସବ ପାଳନ ବେଳେ ପୋଲିସଙ୍କୁ ଦଳୀୟ କର୍ମୀଙ୍କ ମଧ୍ୟରେ ନାଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜେଡିୟୁ ବିଧାୟକ ତଥା ତେଜ ପ୍ରତାପ ଯାଦବ। ଦଳୀୟ ସମର୍ଥକଙ୍କ ସହ ହୋଲି ପାଳନ କରୁଥିବା ସମୟରେ ୟୁନିଫର୍ମ ପିନ୍ଧା ଜଣେ ପୋଲିସ ଅଧିକାରୀଙ୍କୁ ଗୀତରେ ନାଚିବାକୁ ନିର୍ଦ୍ଦେଶ ଦେଇଥିଲେ। କହିଥିଲେ, ୟେ ସିପାହି, ମୁଁ ଗୀତ ବଜାଇବି, ଏବଂ ତୁମକୁ ନାଚିବାକୁ ପଡିବ। ତେଜ ପ୍ରତାପ ପୋଲିସକୁ ଚେତାବନୀ ଦେଇ କହିଥିଲେ, ଯଦି ସେ ନାଚିବେ ନାହିଁ, ତେବେ ତାଙ୍କୁ ନିଲମ୍ବିତ କରାଯାଇପାରେ। ଏଥିରେ ଖରାପ ଅନୁଭବ କରନାହିଁ, ଏହା ହୋଲି। ଏଥିରେ ପୋଲିସ କର୍ମଚାରୀ ଜଣକ ରାଜି ହୋଇ, ଦଳୀୟ କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ନାଚିଥିଲେ।
ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ‘କୁର୍ତ୍ତା ଫାଡ୍’ରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ଲୋକଙ୍କ ପୋଷାକ ରଙ୍ଗ ଲଗାଇବା ପରେ ଚିରି ଦିଆଯାଏ।
ସେପଟେ ଏହି ଘଟଣାଟି ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ଜେଡିୟୁ, ବିଜେପି ଏବଂ ସହଯୋଗୀ କଂଗ୍ରେସ ଏହାକୁ ଦୃଢ଼ ନିନ୍ଦା କରିଛି।ଜେଡିୟୁର ଜାତୀୟ ମୁଖପାତ୍ର ରାଜୀବ ରଞ୍ଜନ ପ୍ରସାଦ ଏହାକୁ ନିନ୍ଦା କରି କହିଛନ୍ତି ଯେ ବିହାରରେ ଏପରି କାର୍ଯ୍ୟର କୌଣସି ସ୍ଥାନ ନାହିଁ, ଯେତେବେଳେ ବିଜେପି କହିଛି ଯେ ଏହି ଘଟଣା ସେମାନଙ୍କୁ କ୍ଷମତାରୁ ଦୂରେଇ ରଖିବାର ଆବଶ୍ୟକତା ଦର୍ଶାଉଛି।
Comments are closed.