Latest Odisha News

BREAKING NEWS

ଭୁବନେଶ୍ୱର ଏୟାରପୋର୍ଟରୁ ୯ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ବିମାନ ଗୁଇନ୍ଦା ବିଭାଗ ଚୋରାରେ ଚାଲାଣ ହେଉଥିବା ସୁନା ଜବତ କରିଛି । ଆଜି ଜଣେ ବ୍ୟକ୍ତି ୨୯୫ ଗ୍ରାମର ସୁନା ଲୁଚାଇ ଚାଲାଣ କରୁଥିବା ବେଳେ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଛି ।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ଭାରତୀୟ ବଜାରରେ ୯ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି କଷ୍ଟମ ବିଭାଗ ଜଣାଇଛନ୍ତି ।

ଗିରଫ ହୋଇଥିବା ଯାତ୍ରୀ ଜଣକ ଦିଲ୍ଲୀରୁ ଭୁବନେଶ୍ୱର ଯାତ୍ରା କରିଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ଜୁନ ୧୬ ତାରିଖରେ ବାଣିଜ୍ୟ ଭିତ୍ତିକ ଗୁଇନ୍ଦା ବିଭାଗ ଜଣେ ଯୁବକଙ୍କ ଠାରୁ ୨୫୦ ଗ୍ରାମର ବେଆଇନ ସୁନା ଜବତ କରିଥିଲା । ପଞ୍ଜାବ ମୋହାଲିରେ ରହୁଥିବା ଏହି ଯୁବକ ଜଣକ ବ୍ୟାଙ୍କକ୍ ରୁ ଏହି ସୁନା ଗୁଡ଼ିକ ଭୁବନେଶ୍ୱର ଚାଲାଣ କରୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡ଼ିଥିଲେ । ସେହି ସୁନାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି କଷ୍ଟମ ବିଭାଗ ଜଣାଇଥିଲେ ।

ସେହିପରି ଜୁନ ୧୪ ତାରିଖରେ ୩୫୫.୧୨୦ ଗ୍ରାମ ସୁନା ଯାହାର କି ଆନୁମାନିକ ମୂଲ୍ୟ ଭାରତୀୟ ବଜାରରେ ପ୍ରାୟ ୧୧ଲକ୍ଷରୁ ଉଦ୍ଧ୍ୱର୍ ହେବ ।

ଗତ ମେ ୭ ତାରିଖ ଦିନ ଜଣେ ଯାତ୍ରୀଙ୍କଠୁଁ ୯ଲକ୍ଷରୁ ଅଧିକ ଟଙ୍କାର ସୁନା ଜବତ ହୋଇଛି । ଏହି ଘଟଣାରେ ଗୁଇନ୍ଦା ବିଭାଗ ତିନିଜଣ ଏନଆରଆଇଙ୍କୁ ଅଟକ ରଖିଥିଲା ।

Leave A Reply

Your email address will not be published.