Latest Odisha News

BREAKING NEWS

ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ ସାବ୍ୟସ୍ତ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସହର ଟିଟିଲାଗଡ଼ରେ ଶନିବାର ଦିନ ଏଥର ସର୍ବାଧିକ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଜାରି ରହିଛି ।

ଟିଟିଲାଗଡ଼ ବ୍ୟତୀତ ଓଡ଼ିଶାର ଅନ୍ୟ ଯେଉଁ ୧୩ଟି ସହର ୪୦ ଡ଼ିଗ୍ରୀ ତାପମାତ୍ରାରୁ ଅଧିକ ରହିଛି ସେହି ସହର ଗୁଡ଼ିକ ହେଲା – ଚାନ୍ଦବାଲି (୪୦.୭), ଅନୁଗୁଳ (୪୨.୭), ଝାରସୁଗୁଡ଼ା(୪୩), କେନ୍ଦୁଝର (୪୦.୩), ସମ୍ବଲପୁର (୪୨.୭), ସୁନ୍ଦରଗଡ଼ (୪୨), ହିରାକୁଦ (୪୨), ତାଳଚେର (୪୩.୩), ଭବାନୀପାଟଣା (୪୨.୬), ବଲାଙ୍ଗୀର (୪୩.୫), ଫୁଲବାଣୀ (୪୧.୬), ଟିଟିଲାଗଡ଼ (୪୫) ଏବଂ ମାଲକାନଗିରି (୪୨.୫) ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

ସେହିପରି ଯେଉଁସବୁ ସ୍ଥାନଗୁଡ଼ିକରେ ପାଖାପାଖି ୪୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ସେହି ସହରଗୁଡ଼ିକ ହେଲା – ବାଲେଶ୍ୱର (୩୮.୮), କଟକ (୩୯.୮), ଭୁବନେଶ୍ୱର (୩୯.୪), କୋରାପୁଟ (୩୯.୬) ଏବଂ ଡ଼ାରିଙ୍ଗୀବାଡ଼ି (୩୮.୫) ଡ଼ିଗ୍ରୀ ତାପମାତ୍ରା ।

ସମଗ୍ର ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଥିବା ବେଳେ ଟ୍ୱିନସିଟି କଟକ ଓ ଭୁବନେଶ୍ୱର ମଧ୍ୟ ଉତ୍ତପ୍ତ ରହିଥିଲା । ବାହାରେ ପ୍ରଚଣ୍ଡ ଖରା ସାଙ୍ଗକୁ ଘର ଭିତରେ ପ୍ରଚୁର ଗୁଳଗୁଳି ସହରବାସିନ୍ଦାଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

ତେବେ ପାଣିପାଗ ବିଭାଗ ପକ୍ଷରୁ ଆଜି ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ବାତ୍ୟା ଫାନୀର ପ୍ରଭାବ ଓଡ଼ିଶାରେ ନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.