Latest Odisha News

ଟିଏମସି ନେତା ମହୁଆ ମୈତ୍ରୀଙ୍କୁ ଇଡି ସମନ

ନୂଆଦିଲ୍ଲୀ: ଫେମା ମାମଲାରେ ତୃଣମୁଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରୀଙ୍କୁ ସମନ ପଠାଇଲା ଇଡି । ଆସନ୍ତା ୨୮ତାରିଖରେ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ସମନ ପଠାଇଛି କେନ୍ଦ୍ରିୟ ଯାଞ୍ଚ ଏଜେନ୍ସି । ତେବେ ଏହି ମାମଲାରେ ଦର୍ଶନ ହୀରାନନ୍ଦାନିଙ୍କୁ ମଧ୍ୟ ଆସନ୍ତାକାଲି ପଚରାଉଚରା ପାଇଁ ଇଡି ଡାକିଥିବା ନେଇ କୁହାଯାଉଛି ।

ସୂଚନା ଅନୁସାରେ, ଏହା ପୂର୍ବରୁ ମଧ୍ୟ ଇଡି ଫେମା ମାମଲାକୁ ନେଇ ମହୁଆ ମୈତ୍ରୀଙ୍କୁ ୨ଥର ସମନ ପଠାଇଛି । ତାଙ୍କ ଉପରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ପାଇଁ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ୨ କୋଟି ନଗଦ ଟଙ୍କା ଏବଂ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ନେଇଥିବା ଅଭିଯୋଗ ହୋଇଛି । ଏହା ସହିତ ସଂସଦ ୱେବସାଇଟରେ ତାଙ୍କର ଗୋପନୀୟ ଆକାଉଣ୍ଟର ଲଗ୍-ଇନ୍ ସବିଶେଷ ତଥ୍ୟ ସେୟାର କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ମହୁଆ ମୈତ୍ର ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଏନେଇ ଆସନ୍ତା ମେ ମାସରେ ସୁପ୍ରିମକୋର୍ଟ ଶୁଣାଣି କରିବେ ।

ନିକଟରେ ମୈତ୍ରୀ ଦିଲ୍ଲୀ ହାଇକୋର୍ଟରେ ଏକ ଇଡିର ତଦନ୍ତ ବିରୋଧରେ ଦିଲ୍ଲୀ ହାଇ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ମହୁଆ ମୈତ୍ରୀ କୋର୍ଟରେ ଦାଖଲ କରିଥିବା ପିଟିସନରେ କହିଥିଲେ ଯେ, ଏହି ମାମଲା ସହ ଜଡିତ କୌଣସି ଗୋପନୀୟ ତଥ୍ୟ କିମ୍ବା ଯାଞ୍ଚ ହୋଇନଥିବା ବା ଅସତ୍ୟ ତଥ୍ୟ ଗଣମାଧ୍ୟମରେ ପ୍ରସାରଣ କରାଯିବା ଉଚିତ ନୁହେଁ । ୧୯ଟି ଗଣମାଧ୍ୟମ ସଂସ୍ଥାର ନାମ ନେଇ ସେ କୌଣସି ଅସତ୍ୟ ତଥ୍ୟ, ଯାଞ୍ଚ ନ କରାଯାଇ ଉଠିଥିବା କୌଣସି କଥା, ମିଥ୍ୟା ଏବଂ ବଦନାମ ଜନିତ କଥାର ପ୍ରସାରଣ କିମ୍ବା ପ୍ରକାଶନରୁ ନିବୃତ୍ତ ରହିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ସେତେବେଳେ ଇଡି ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାଁନ୍ତି ବୋଲି କୋର୍ଟରେ କହିଥିଲା । ପ୍ରକାଶିତ ହୋଇଥିବା କୌଣସି ତଥ୍ୟ ସହ ଇଡିର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲା ଇଡି ।

 

 

 

Leave A Reply

Your email address will not be published.