Latest Odisha News

BREAKING NEWS

କବିତା : ଅବଶୋଷ

କିଶୋର ମହାନ୍ତି

ଗୋଟାଏ ବିରଳ ଅଥଚ ଅପୂର୍ବ ମୁହୂର୍ତ୍ତଟିଏ ପାଇଁ
ଅସରନ୍ତି ଅପେକ୍ଷା
ଆନ୍ତରିକ୍ଷ ର ତାରା ପୁଞ୍ଜରେ
ତୁମେ ଡାକୁଥିବ ପ୍ରିୟତମ ବୋଲି
ଅନ୍ଧାର ଚିରି କିଛି ଶବ୍ଦ ଶବ୍ଦୟିତ ହୋଇ
ଆମ ନୀରବତା ଭିତରେ ଧ୍ବନିତ ହେଉଥିବ ଅହରହ
ଗୋଟାଏ ପ୍ରଳମ୍ବିତ ରାଗ ସେ ଧୂନର
ଆରୋହ ଅବରୋହରେ ।

ତମ ନୂପୁର ଲଗା ପାଦଶବ୍ଦ ମିଶିଯାଉଥିବ
ଚେତନା ର ଚଉହଦୀ ରେ ଭେଦି ଯାଉଥିବ
ପ୍ରେମାସକ୍ତ ମନ , ସ୍ନାୟୁରେ ସ୍ନାୟୁରେ ଏକି ସତେ କି ଉଚ୍ଚାଟନ
ଅସମାପ୍ତ କାବ୍ୟର ପୃଷ୍ଠାରେ।

ଆଙ୍କି ହେଇଯାଉଥିବ ଚିତ୍ରିତ ପ୍ରଜାପତି
ଭାବର ସାନ୍ଦ୍ରତରେ ତାଲ୍ଲୀନ ହେଉଥିବ
ଆକାଶ ଓ ମାଟି
ଏମିତି ସତେ ଏକ ବର୍ଣ୍ଣ ମୟ ପର୍ବ
ତୃଷ୍ଣା ଅପ୍ରମିତ
ଶେଷ ହୀନ ପଥ ଦିଗବଳୟ ଛୁଇଁବାର
ଏଯେ ଅନ୍ତିମ ଅଭିଳାଷା ।

ସି ଡି ଏ କଟକ ୧୪
୯୪୩୭୭୧୮୪୭୫

Leave A Reply

Your email address will not be published.