Latest Odisha News

ଟୋକିଓ ଅଲିମ୍ପିକ୍ସ: ଉଗାଣ୍ଡାର ଜଣେ ଆଥଲେଟ ନିଖୋଜ

ଟୋକିଓ: କରୋନା ମହାମାରୀକୁ ଚ୍ୟାଲେଞ୍ଜ କରି ସମସ୍ତ ପ୍ରସ୍ତୁତି ସହ ଜାପାନ ଟୋକିଓ ଅଲିମ୍ପିକ୍ସ ପାଇଁ ଅଂଟା ଭିଡିଥିଲେ ମଧ୍ୟ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛି । ଇତି ମଧ୍ୟରେ ରିପୋର୍ଟ ମୁତାବକ ଉଗାଣ୍ଡର ଜଣେ ୨୦ ବର୍ଷୀୟ ଆଥଲେଟଙ୍କ ଟ୍ରେନିଂ କ୍ୟାମ୍ପରୁ ନିଖୋଜ ହୋଇ ଯାଇଛନ୍ତି । କରୋନାକୁ ରୋକିବା ପାଇଁ ଆୟୋଜକ ବ୍ୟସ୍ତ ରହୁଥିବାରୁ ଆଥଲେଟଙ୍କ ଉପରେ ଧ୍ୟାନ ଦିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି ।

ଉଗାଣ୍ଡାର ୯ଜଣ ଆଥଲେଟ ଓସକାରେ ଟ୍ରେନିଂ କରୁଥିଲେ । ଶୁକ୍ରବାର ସେମାନଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଆଜି ଜଣେ ଆଥଲେଟ ହଠାତ ନିଖୋଜ ହୋଇ ଯାଇଛନ୍ତି । ସେ ନିଜେ କୁଆଡେ ଯାଇଛନ୍ତି କିମ୍ବା କିଛି ଦୁର୍ଘଟଣା ଘଟିଛି ସେଥିପ୍ରତି କୌଣସି ତଥ୍ୟ କାହା ପାଖରେ ନାହିଁ । ସୂଚନାଯୋଗ୍ୟ, ଉଗାଣ୍ଡାର ଜଣେ ଆଥଲେଟ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ତାଙ୍କୁ କ୍ୱାରେଂଟାଇନରେ ରଖା ଯାଇଥିଲା ।

Leave A Reply

Your email address will not be published.