Latest Odisha News

BREAKING NEWS

ଟ୍ରାକ୍ଟର ଓଲଟି ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଡାହିମାଳ ନିକଟ ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ ହୋଇଛି । ଆଜି ସନ୍ଧ୍ୟାରେ ଚାଷଜମିରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓ଼ଲଟିଯିବା ଫଳରେ ଟ୍ରାକ୍ଟରରେ ଚାପିହୋଇ ଡ୍ରାଇଭର ଘଟଣାର ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭର ଭେଡେନ ଅଂଚଳର ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ l

ନମ୍ବର ବିହୀନ ଟ୍ରାକ୍ଟରଟି ନ୍ୟୁ ହଲାଣ୍ଡ କମ୍ପାନୀର ହୋଇଥିବା ବେଲେ ଗାଡିଟି ଜମିରେ କାଦୁଅ କରୁଥିଲା । ଘଟଣା ସ୍ଥଳରେ ମେଣ୍ଡା ଫାଣ୍ଡି ପୋଲିସ ପହଂଚି ଅଧିକ ତଦନ୍ତ ଜାରିରଖିଛି । ଅନ୍ୟପଟେ ବର୍ତମାନ ପର୍ଯ୍ୟନ୍ତ ଗାଡି ମାଲିକ ଘଟଣା ସ୍ଥଳରେ ପହଂଚିନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.