Latest Odisha News

BREAKING NEWS

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ

ଧାମରା: ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଦାନୀ ଧାମରା ପୋର୍ଟ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପୋର୍ଟ ପାରିପାଶ୍ୱର୍ ଓ ରେଳ କରିଡର ନିକଟବର୍ତ୍ତୀ ଗ୍ରାମପଂଚାୟତଗୁଡିକରେ ବସବାସ କରୁଥିବା ଶାରୀରିକ ଭିନ୍ନକ୍ଷମମାନଙ୍କୁ ହ୍ୱିଲ ଚେୟାର ଓ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି । ସାମନ୍ତରାୟପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାମୁଝଡି ଓ ରାଜନଗର ପଂଚାୟତର ସରପଂଚ ଝରଣା ବିଶ୍ୱାଳ ଓ ସନାତନ ବାରିକଙ୍କ ଉପସ୍ଥିତିରେ ଏହା ବଂଟନ କରାଯାଇଛି ।

ଦୁଇଟି ପଂଚାୟତର ୨୨ଜଣଙ୍କୁ ହ୍ୱିଲ ଚେୟାର ଓ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି । ଏହି ଅବସରରେ ପଂଚାୟତ ସଭ୍ୟଙ୍କ ସମେତ ଗ୍ରାମର ମୁଖ୍ୟ ଓ ଆଦାନୀ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସେହିପରି ପୋର୍ଟ ପାରିପାଶ୍ୱର୍ରେ ଥିବା ଦୋସିଙ୍ଗା ଓ କଇଥଖୋଲା ଗ୍ରାମପଂଚାୟତରେ ଆଉ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କଇଥଖୋଲା ସରପଂଚ ଅଶୋକ ସେଠୀ ଓ ଦୋସିଙ୍ଗା ପ୍ରତିନିଧି ନରେନ୍ଦ୍ର ମଇତି ଏଥିରେ ଯୋଗ ଦେଇ ଭିନ୍ନକ୍ଷମମାନଙ୍କୁ ୪୧ଟି ହ୍ୱିଲ ଚେୟାର ଓ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ ।

Leave A Reply

Your email address will not be published.