Latest Odisha News

ଶ୍ରୀଲଙ୍କା ଜେଲରେ କଏଦୀଙ୍କ ମଧ୍ୟରେ ସଂଘର୍ଷ: ୨୫ ମୃତ, ୧୦୦ ଆହତ

କଲମ୍ବୋ: ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ନେଗୋମ୍ବୋର ଏକ ଜେଲରେ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ରକ୍ତାକ୍ତ ସଂଘର୍ଷରେ ଚାରି ଜଣ ଜେଲରକ୍ଷୀଙ୍କ ସମେତ ୨୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। ଏହାସହ ୧୦୦ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏହି ସାଂଘାତିକ ସଂଘର୍ଷକୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଶ୍ରୀଲଙ୍କାର ସବୁଠାରୁ ଭୟଙ୍କର ଜେଲ ଦଙ୍ଗା ଭାବରେ ବର୍ଣ୍ଣନା କରାଯାଉଛି। ରାଜଧାନୀ କଲମ୍ବୋର ଉତ୍ତରରେ ଅବସ୍ଥିତ ନେଗୋମ୍ବୋର ମୁଖ୍ୟ ଜେଲରେ ଏହି ଘଟଣା ଘଟିଛି।

ପୋଲିସର ସୂଚନା ଅନୁଯାୟୀ, ଜେଲରେ ଥିବା ଦୁଇ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ରବିବାର ରାତିରେ ବିବାଦ ଆରମ୍ଭ ହୋଇଥିଲା। ସୋମବାର ସକାଳ ସୁଦ୍ଧା ଏହି ବିବାଦ ଏକ ବଡ଼ ଦଙ୍ଗାରେ ପରିଣତ ହୋଇଥିଲା। ହିଂସାତ୍ମକ ସଂଘର୍ଷ ପରେ, ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ନେଗୋମ୍ବୋ ସରକାରୀ ହସ୍ପିଟାଲକୁ ନିଆଯାଇଛି। ହସ୍ପିଟାଲ ନିର୍ଦ୍ଦେଶକ ପୁଷ୍ପା ଗାମଲାଥ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦୁଇଟି ମୃତଦେହ ହସ୍ପିଟାଲକୁ ଅଣାଯାଇଛି।

ଏହା ସହିତ, ୧୦୦ ରୁ ଅଧିକ ଆହତ କଏଦୀ ଏବଂ ରକ୍ଷକଙ୍କୁ ଭର୍ତ୍ତି କରାଯାଇଛି। ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ କିଛି କଏଦୀଙ୍କୁ ଗୁଳି କରାଯାଇଥିଲା, ଯେତେବେଳେ କି ଅନ୍ୟ କିଛି ଜଣଙ୍କୁ ଗଭୀର ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଛି। ରିପୋର୍ଟ ଅନୁସାରେ, ନେଗୋମ୍ବୋ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ଅଛନ୍ତି। ତେଣୁ ଏଠାରେ ଏପରି ହିଂସାତ୍ମକ ସଂଘର୍ଷ ଘଟିଛି।

Leave A Reply

Your email address will not be published.