Latest Odisha News

BREAKING NEWS

ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ; ତ୍ଵିଶା ଶର୍ମାଙ୍କ ଶାଶୁ ରିଟାୟର୍ଡ ଜଜ୍ ଗିରଫ

ନୂଆଦିଲ୍ଲୀ: ମଡେଲ, ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଆସିଛି ବଡ଼ ଖବର। ତ୍ୱିଶା ମୃତ୍ୟୁ ମାମଲାରେ କିଛି ଘଣ୍ଟା ପଚରାଉଚରା ପରେ ଅବସରପ୍ରାପ୍ତ ବିଚାରପତି ତଥା ତ୍ୱିଶା ଶର୍ମାଙ୍କ ଶାଶୁ ଗିରିବାଲା ସିଂହଙ୍କୁ ସିବିଆଇ ଗିରଫ କରିଛି। ଅବସରପ୍ରାପ୍ତ ଏମପି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତାଙ୍କର ଆଗୁଆ ଜାମିନ ଖାରଜ କରାଯିବାର କିଛି ଘଣ୍ଟା ପରେ ଗୁରୁବାର (୨୮ ମେ) ଦିନ ଏକ ସିବିଆଇ ଦଳ ସିଂହଙ୍କ ବାସଭବନରେ ପହଞ୍ଚିଥିଲା। ଭୋପାଳର ବାଗ ମୁଗଲିଆ ଏକ୍ସଟେନସନରେ HIG 311 ରେ ଅବସ୍ଥିତ ସିଂହଙ୍କ ବାସଭବନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ସିବିଆଇ ତାଙ୍କ ଘରକୁ ମଧ୍ୟ ଯାଇଥିଲା, ଯେଉଁଠାରେ ତଦନ୍ତ ସଂସ୍ଥା ଘଟଣାର କାହାଣୀକୁ ଏକତ୍ର କରିବା ପାଇଁ ଏକ ଭର୍ଚୁଆଲ୍ ୱାକ୍ଥ୍ରୁ କରିବ।

ସିବିଆଇ ଟିମ୍ ସକାଳ ପ୍ରାୟ ସାଢେ ୧୦ଟା ବେଳେ ତ୍ଵିଶାଙ୍କ ଶାଶୁ ଗିରିବାଳା ସିଂହଙ୍କ ଘରେ ପହଁଞ୍ଚିଥିଲା। ଏହାପରେ ବହୁ ଘଣ୍ଟା ଯାଏଁ ପଚରା ଉଚରା ହୋଇଥିଲା। ଅଧିକାରୀମାନେ ତାଙ୍କ ଘର ଭିତରେ ତାଙ୍କୁ ପଚରା ଉଚରା କରିଥିଲେ। ଯାଞ୍ଚ ବେଳେ ଏଜେନ୍ସି ହାଇ ଇଣ୍ଟେନସିଟି ଟ୍ରିୟାମି କ୍ୟାମେରା ସାହାଯ୍ୟରେ ପୁରା ଘରର ଆଖପାଖ କ୍ଷେତୟର ୩୬୦ ଡିଗ୍ରୀ ରେକର୍ଡିଂ କରିଥିଲା। ଫରେନସିକ୍ ଟିମ୍ ପ୍ରମାଣ ଏକାଠି କରିଥିଲା। ଏହା ମଧ୍ୟ ଯାଞ୍ଚ କରାଯାଉଛି ଯେ, ଘଟଣାସ୍ଥଳ ଆଖାପାଖର ଛାତ ଓ ବାଲକୋନୀରୁ ଦେଖାଯାଉଥିଲା କି ନାହିଁ।

ସେଭଳି ହାଇକୋର୍ଟ ବୁଧବାର ବିଳମ୍ବିତ ରାତିରେ ଜାତି ନିଜର ନିର୍ଦେଶରେ କହିଥିଲେ, ମାମଲାର ଗମ୍ଭୀରତା, ସାକ୍ଷୀ ପ୍ରମାଣ ଓ ଯାଞ୍ଚର ସ୍ଥିତିକୁ ଦେଖି ଅଭିଯୁକ୍ତ ପକ୍ଷକୁ ଆଶ୍ବସ୍ତି ଦେବା ଉଚିତ ନଥିଲା। କୋର୍ଟ କହିଥିଲେ, ନିମ୍ନ ଅଦାଲତ କେସ୍ ଡାଏରୀ ଓ ସାକ୍ଷୀଙ୍କର ଠିକ୍ ଭାବରେ ପରୀକ୍ଷଣ କରିନାହିଁ। ନିର୍ଦେଶରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ, ମୃତଦେହରେ ଫାଶୀ ବ୍ୟତୀତ ଅନ୍ୟ ଆଘାତର ଚିହ୍ନ ଦେଖିବାକୁ ମିଳିଛି। ଏହାର ସନ୍ତୋଷଜନକ ସ୍ପଷ୍ଟୀକରଣ ଦିଆଯାଇ ପାରିନାହିଁ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ହ୍ବାଟସଆପ୍‌ ବାର୍ତ୍ତା ଓ ସାକ୍ଷୀଙ୍କ ବୟାନରୁ ମାନସିକ ନିର୍ଯାତନ, ଗର୍ଭପାତ ପାଇଁ ଚାପ ଓ ଯୌତୁକ ସମ୍ପର୍କିତ ଅଭିଯୋଗ ସାମନାକୁ ଆସିଛି। କୋର୍ଟ ଅଭିଯୁକ୍ତ ପକ୍ଷକୁ ପ୍ରଭାବିତ କରିବା ଓ ମୃତକଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଇଥିବାର ମଧ୍ୟ ଉଲ୍ଲେଖ କରାଯାଇଛି। ମାମଲାରେ ଅଭିଯୁକ୍ତ ତ୍ଵିଶାଙ୍କ ସ୍ବାମୀ ସମର୍ଥ ସିଂହଙ୍କୁ କୋର୍ଟ ୨୯ ମଇ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଥିଲେ।

Leave A Reply

Your email address will not be published.