Latest Odisha News

BREAKING NEWS

ପାଇଖାନା ଭିତରେ ମା’ ପୁଅଙ୍କୁ ମାଡ଼ ମାରିବା ଘଟଣାରେ ଆଇଆଇସି ନିଲମ୍ବିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନାରେ ପାଇଖାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ମା’କୁ ଅର୍ଦ୍ଧଉଲଗ୍ନ କରି ସର୍ବସମ୍ମୁଖରେ ମାଡ଼ ମାରିଥିବାବେଳେ, ପୁଅର ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ନିଲମ୍ବିତ ହେଲେ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ।

ପାରିବାରିକ କଳହରେ ଅତିଷ୍ଠ ରାଜନଗର ବ୍ଲକ୍‌ ବାଘମାରି ପଞ୍ଚାୟତ ଗିରିଆପାହି ଗ୍ରାମର ପବନ ମଣ୍ଡଳ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ(୫୮) ଓ ପୁଅ ଅନନ୍ତ ମଣ୍ଡଳ(୩୧) ଙ୍କ ବିରୋଧରେ ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ସେଠାରେ ନ୍ୟାୟ ମିଳିବ କ’ଣ ଓଲଟା ଥାନାଧିକାରୀ ମା’-ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଭିଯୋଗକାରିଣୀ ମା’ଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଥିଲେ । ଖାଲି ସେତିକି ନୁହେଁ ପୁଅକୁ ମଧ୍ୟ ପାଇଖାନା ମଧ୍ୟରେ ପୁରାଇ ନିସ୍ତୁକ ମାଡ଼ ମାରିଥିଲେ । ଅନନ୍ତଙ୍କ ତଣ୍ଟି ଚିପି ଧରିବାରୁ ସେ ଜୀବନ ବିକଳରେ ଚିତ୍କାର କରିଥିଲେ । ଏହାପରେ ଆଇଆଇସି ତାଙ୍କୁ ଛାଡ଼ି ଦେଇ ତାଙ୍କ ମୋବାଇଲ ନେଇ ଯାଇଥିବା ଅନ୍ନପୂର୍ଣ୍ଣା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ।

ଘଟଣାକୁ ନେଇ କେନ୍ଦ୍ରାପଡା ଏସପି ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । ପରେ ତଦନ୍ତ ଆଧାରରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି । ନିଲମ୍ବନ ସମୟରେ ସନ୍ଧ୍ୟାରାଣୀ କେନ୍ଦ୍ରାଞ୍ଚଳ ଆଇଜି ଅଧୀନରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନରେ ରହିବେ ।

Leave A Reply

Your email address will not be published.