Latest Odisha News

BREAKING NEWS

ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା: ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଓଡିଆ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ୨ଜଣଙ୍କୁ ଗିରଫ କରିଛି ।

କମିଶନରେଟ୍ ପୋଲିସ ଏନେଇ ଗୁରୁବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟ ଅନୁଯାୟୀ ଅଭିନେତ୍ରୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଆକ୍ସନ ନେବା ସହ ଗତ ୨୦-୨୧ ତାରିଖରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଏଭଳି କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ।

ଭୁବନେଶ୍ୱର ଡିସିପି ଅନୁପ ସାହୁ ଏନେଇ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଜଣେ ଓଡିଆ ଅଭିନେତ୍ରୀ ଗତ ବୁଧବାର ଦିନ ଏକ ସୁଟିଂ ସାରି ନିଜ ସହକର୍ମୀଙ୍କ ସହ କାରରେ ଘରକୁ ଫେରୁଥିବା ବେଳେ ନୟାପଲ୍ଲୀ ନିକଟରେ ୨ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ତାଙ୍କୁ ହଇରାଣ ହରକତ କରିଥିଲେ । ପରେ ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।

ପରେ ଏହି ଘଟଣାରେ ଅଭିନେତ୍ରୀ ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.