Latest Odisha News

BREAKING NEWS

ରେଳଧାରଣା ହେଉଥିଲେ ପାରି, ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

ଅନୁଗୁଳ: ରେଳଧାରଣା ପାରହେଉଥିବା ସମୟରେ ଟ୍ରେନ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଠମଲ୍ଲିକ-ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏହିଭଳି ଅଭାବନୀୟ ଘଟଣା। ମୃତକ ଦୁଇଜଣ ସମ୍ପର୍କରେ ଖୁଡ଼ି ପୁତୁରା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପାଇକସାହି ଅଞ୍ଚଳର ୩୫ବର୍ଷୀୟା ବାସ ନାୟକ ଓ ତାଙ୍କ ୧୯ବର୍ଷୀୟ ପୁତୁରା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଫେରିବା ସମୟରେ ଜାମ୍ବୁନାଳୀ ନିକଟରେ ଯାଇଥିବା ରେଳଧାରଣା ପାର ହେଉଥିଲେ। ତେବେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେନ ହଠାତ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ଖବର ପାଇ ହଣ୍ଡପା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.