Latest Odisha News

BREAKING NEWS

ରାଜ୍ୟରେ ଦୁଇ ସ୍ୱାଇନ ଫ୍ଲୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ବିଗତ ନିକଟ ଅତୀତରେ କୁଆଡ଼େ ବାହାରକୁ ଯାଇନାହାନ୍ତି ବା ଫେରି ନାହାନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଜଣେ ପୁରୁଷ(୩୮) ଓ ନାରୀ(୨୮) ।

ଉଭୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଚିକିତ୍ସାକାରୀ ଦଳ କହିଛନ୍ତି । ଏହି ଘଟଣାରେ କେବଳ ଚିନ୍ତାର କାରଣ ହେଉଛି- ଉଭୟ ରାଜ୍ୟ ବାହାରକୁ କୁଆଡ଼େ ଯିବାଆସିବା କରିନାହାନ୍ତି ।

ଏନେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଯେ, ଆତଙ୍କିତ ହେବାର କିଛି କାରଣ ନାହିଁ । ଓଡ଼ିଶାରେ ଏଭଳି ବର୍ଷକୁ ଦୁଇ ଥର ହୋଇଥାଏ । ବର୍ଷା ଏବଂ ଶୀତ ଆଗରୁ ଏଭଳି ସଂକ୍ରମଣ ହୁଏ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ କହିଛନ୍ତି । ତାହା ସହ ରାଜ୍ୟ ସରକାର ବର୍ତ୍ତମାନ ସବୁ ପ୍ରକାର ପରିସ୍ଥିତକୁ ସାମନା କରିବାକୁ ପ୍ରସ୍ତୁତ ଅଛନ୍ତି ।

ସୂଚନାଯୋଗ୍ୟ, ୨୦୦୯ ମସିହାରେ ସ୍ୱାଇନ ଫ୍ଲୁ ମଣିଷ ଦେହରେ ସଂକ୍ରମିତ ହେଉଥିବା ଚିହ୍ନଟ ହୋଇଥିଲା । ସେହି ବର୍ଷ ଏହାକୁ ମହାମାରୀ ରୂପେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.