Latest Odisha News

BREAKING NEWS

ରାହୁଲ ଗାନ୍ଧୀ ହରାଇଲେ ଆଉ ଅନୁରାଗ ?

ଭୁବନେଶ୍ୱର: ବିବାଦୀୟ ଟିପ୍ପଣୀ ପାଇଁ ଦଣ୍ଡାଦେଶ ସହ ନିଜ ଲୋକସଭା ସଦସ୍ୟ ପଦ ହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗିରହିଛି। ଠିକ ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପରଭେସ ବର୍ମାଙ୍କ ଦ୍ବାରା ଦିଆଯାଇଥିବା ଗୋଲି ମାରୋ ନାରା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି।

ଏହି ବୟାନ ପାଇଁ ଦୁଇ ବିଜେପି ନେତାଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ହୋଇଥିବା ଆବେଦନକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗ ଉପରେ ଜବାବ ରଖିବାକୁ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ କୋର୍ଟ ନୋଟିସ କରିଛନ୍ତି।

ବୃନ୍ଦା କାରାତଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଅନୁରାଗ ଠାକୁରଙ୍କ ଦେଶକେ ଗଦ୍ଦାରୋ କୋ ଗୋଲି ମାରୋ ନାରା ଅତ୍ୟନ୍ତ ଚିନ୍ତାଜନକ ବୋଲି କୋର୍ଟ କହିଛନ୍ତି।କୋର୍ଟ ନୋଟିସ ଜାରି କରି ପକ୍ଷ ରଖିବାକୁ କହିଛନ୍ତି। ଯାହାକୁ ନେଇ ଆଲୋଚନା ଜୋର ଧରିଛି।

ନିଜର ବିବାଦୀୟ ଟିପ୍ପଣୀ ପାଇଁ ରାହୁଲ କୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଏଭଳି ଦଶା ଭୋଗୁଥିବା ବେଳେ ଅନ୍ୟ ଏକ ବିବାଦୀୟ ଟିପ୍ପଣୀ ପାଇଁ ଗୁଜୁରାଟ ଆମ ଆଦମୀ ପାର୍ଟିର ଗୋପାଳ ଇଟାଲିଆ ମଧ୍ୟ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ।

ତେଣୁ କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦଙ୍କ କ୍ଷେତ୍ରରେ ଆଗକୁ କଣ ହେବ ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.