Latest Odisha News

BREAKING NEWS

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ ନେଇ ଦାବି କଲେ ଅଯୋଧ୍ୟା ସନ୍ଥମାନେ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୮ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏସବୁ ଭିତରେ ଅଯୋଧ୍ୟା ସନ୍ଥମାନେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।

ସନ୍ଥମାନେ କହିଛନ୍ତି ଯେ, ଏହି ଫିଲ୍ମରେ ରାମାୟଣର ଚରିତ୍ରଗୁଡ଼ିକୁୁ ଠିକ୍ ଭାବେ ପ୍ରଦର୍ଶନ କରାଯାଇ ନାହିଁ । ରାମ ଜନ୍ମଭୂମିର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ପୂର୍ବରୁ ବିରୋଧ କରିବା ସତ୍ତ୍ୱେ୍ୱ ନିର୍ମାତାମାନେ ରାମାୟଣର ଚରିତ୍ରକୁ ଭୁଲ ଭାବରେ ଉପସ୍ଥାପନ କରିଛନ୍ତି
ଏହାର ସଂଳାପ ଅତି ଲଜ୍ଜାଜନକ । ତେଣୁ ଆଦିପୁରୁଷକୁ ତୁରନ୍ତ ବ୍ୟାନ୍ କରାଯିବା ଉଚିତ । ଭଗବାନ ରାମ, ହନୁମାନ ଏବଂ ରାବଣଙ୍କୁ କଦର୍ଯ୍ୟ ଭାବେ ଉପସ୍ଥାପିତ କରାଯାଇଛି । ବଲିଉଡ ହିନ୍ଦୁ ଧର୍ମକୁ ଧ୍ୱଂସ କରିବାକୁ ଚେଷ୍ଟା କରିଛି । ସେହିପରି ସଂଗଠନ ମଣି ରାମ ଦାସ ଛାବନି ପୀଠ ମଧ୍ୟ ଆଦିପୁରୁଷ ଉପରେ ପ୍ରତିବନ୍ଧକ ଲଗାଇବା ଦାବିକୁ ସମର୍ଥନ କରିଛିି ।

Leave A Reply

Your email address will not be published.