Latest Odisha News

BREAKING NEWS

ରାଜ୍ୟବ୍ୟାପୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା କଲେ ୟୁପି ସରକାର

ନୂଆଦିଲ୍ଲୀ: ରାଜ୍ୟରେ ବଢୁଥିବା କୋଭିଡ-୧୯ ମାମଲାକୁ ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପ୍ରିଲ୍ ୨୪ରୁ ଏହି ସାପ୍ତାହିକ ଲକ୍‌ଡାଉନ ଲାଗୁ ହେବ।

ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ୫୦୦ ରୁ ଅଧିକ ସକ୍ରିୟ ମାମଲା ଥିବା ଜିଲ୍ଲାଗୁଡ଼ିକ ମଧ୍ୟ ରାତ୍ରି କର୍ଫ୍ୟୁ ଅଧୀନରେ ରହିବେ। ଯାହାକି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି ୮ଟାରୁ ସକାଳ ୭ଟା ଯାଏ ବଳବତ୍ତର ରହିବ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, “କରୋନା କର୍ଫ୍ୟୁକୁ ସଫଳ କରିବା ପାଇଁ ପ୍ରତ୍ୟେକ ନାଗରିକ ସହଯୋଗ କରିବା ଉଚିତ୍। ଯେତେ ଆବଶ୍ୟକ, ଘରୁ ବାହାରକୁ ଯାଆନ୍ତୁ ନାହିଁ। ଯଦି ଆପଣ ବାହାରକୁ ଯାଉଛନ୍ତି, ତେବେ ମାସ୍କ ପିନ୍ଧନ୍ତୁ। ସର୍ବସାଧାରଣ ସ୍ଥାନରେ ଭିଡ଼ ଜମାନ୍ତୁ ନାହିଁ। ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଉଚିତ୍।

Leave A Reply

Your email address will not be published.