Latest Odisha News

BREAKING NEWS

ସ୍ତ୍ରୀ ନାଚିଲାନି ବୋଲି ଛାଡପତ୍ର ଦେଇ ନିଆଁରେ ପୋଡିହେଲା ସ୍ୱାମୀ

ମିରଟ: ସ୍ତ୍ରୀକୁ ବାରମ୍ବାର କହୁଥିଲା ଜିନ୍ସ ପିନ୍ଧିବାକୁ । ପ୍ରଥମେ ନିବେଦନ ପରେ ଧମକଚମକ । ଏପରିକି ସ୍ତ୍ରୀକୁ ନାଚିବାକୁ ବି ସ୍ୱାମୀ ବାଧ୍ୟ କରୁଥିଲା । ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ । ସ୍ୱାମୀ ନେଇଥିଲା ଚରମ ନିଷ୍ପତ୍ତି । ପ୍ରଥମେ ସ୍ତ୍ରୀକୁ ଛାଡପତ୍ର, ପରେ ନିଜ ଦେହରେ ନିଆଁ ବି ଲଗାଇଥିଲା । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶର ମିରଟ ସହର ।

ମଙ୍ଗଳବାର ରାତିରେ ନୂଆ ଇସ୍ମାଇଲନଗର ଅଂଚଳରେ ରହୁଥିବା ଅନାସ୍ ନାମକ ଜଣେ ବ୍ୟକ୍ତି ନିଜ ସଂପର୍କୀଙ୍କ ଘରକୁ ଯାଇ ଦେହରେ ନିଆଁ ଲଗାଇଦେଇଥିଲା । ତେବେ ପରିବାର ଲୋକଙ୍କ ହସ୍ତକ୍ଷେପ ଓ ପୋଲିସ ସହାୟତାରେ ଅନାସ୍ ନିଶ୍ଚିତ ରୂପେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି ।

ତଦନ୍ତରୁ ଜଣାପଡିଛି ଅନାସ୍ ୮ ବର୍ଷ ପୂର୍ବେ ବିବାହ କରିଥିଲା । ପ୍ରାୟତଃ ସମୟ ସେ ନିଜ ସ୍ତ୍ରୀକୁ ଗୀତ ଗାଇବା ସହ ନାଚିବାକୁ ବାଧ୍ୟ କରୁଥିଲା । ଏପରିକି ସ୍ତ୍ରୀର ଇଛା ବିରୋଧରେ ଜିନ୍ସ ପିନ୍ଧିବାକୁ ମଧ୍ୟ ଚାପ ପକାଉଥିଲା । ତେବେ ଏ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ସବୁଦିନ କଳିଝଗଡା ଲାଗିରହୁଥିଲା । ଏହି ସମସ୍ୟାର ସମାଧାନ ଲାଗି ଅନାସଙ୍କ ସ୍ତ୍ରୀ ପଂଚାୟତର ସାହାରା ନେଇଥିଲେ ବି କୌଣସି ସମାଧାନ ବାହାରିନଥିଲା ।

ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ହରାଇ ଅନାସ ନିଜ ସ୍ତ୍ରୀକୁ ଟ୍ରିପଲ୍ ତଲାକ୍ ଦେଇଥିଲା । ପରେ ସଂପର୍କୀୟଙ୍କ ଘରକୁ ଯାଥ୍ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଏହି ମାମଲାକୁ ନେଇ ପୋଲିସ ଛାନଭିନ ଜାରି ରଖିଥିବାବେଳେ ଅନାସଙ୍କ ସ୍ତ୍ରୀ ଏବେ ବାପ ଘରେ ରହୁଛନ୍ତି ।

Leave A Reply

Your email address will not be published.