ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ମାଗଣା ଥିଲା ୟୁପିଆଇ ସେବା । ଏବେ ଏଥିରେ ଆସିଛି ବଡ ପରିବର୍ତନ । ୨ହଜାର ଟଙ୍କା ୟାଏଁ ନିଶୁଳ୍କ ଏବଂ ୨ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ଲାଗୁ ହେବାକୁ ଥିବା ୦.୪ ପ୍ରତିଶତ ଏମଡିଆର( ମରଚ୍ଚାଣ୍ଟ ଡିସକାଉଂଟ ରେଟ୍) ଭାରତର ସର୍ବାଧିକ ବ୍ୟବହୃତ ଡିଜିଟାଲ ପେମେଂଟ ବ୍ୟବସ୍ଥା ପାଇଁ ଶେଷରେ କିଏ ଖର୍ଚ୍ଚ ବହନ କରିବ ତାର ସମୀକରଣ ବଦଳାଇଦେଇଛି । ୟୁପିଆଇ ଶୁଳ୍କରୁ ମିଳିବାକୁ ଥିବା ରାଶି ୧୫ହଜାର କୋଟି ଟଙ୍କା ଏବଂ ସରକାର କାହିଁକି ଏହାକୁ ସମର୍ଥନ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅକ୍ଟୋବର ୧୫ରୁ ୟୁପିଆଇ କାରବାର ଉପରେ ମର୍ଚ୍ଚାଂଟ୍ ଡିସକାଉଣ୍ଟରେଟ୍ ଶୁଳ୍କ ଲାଗୁ ହେବାକୁ ଥିବାରୁ, ଏହି ନୂତନ ବ୍ୟବସ୍ଥା ଅଧିନରେ ୨ହଜାର ଟଙ୍କାର ଅଧିକ ମୂଲ୍ୟର ବ୍ୟବସାୟୀକ କାରବାର ଉପରେ ୦.୪ ପ୍ରତିଶତ ହାରରେ ଶୁଳ୍କ ଆଦାୟ କରାୟାଇ ୧୫ହଜାର କୋଟି ଟଙ୍କା ଆୟ ହେବ ବୋଲି ଆକଳନ କରାୟାଉଛି । ବ୍ୟାଙ୍କ ପେମେଂଟ ଆପ୍ ଓ ପେମେଂଟ ସେବା ପ୍ରଦାନକୀରଙ୍କ ମଧ୍ୟରେ ବଂଟନ ହେବାକୁ ଥିବା ଏହି ରାଶି, ଦେଶର ପେମେଂଟ ବ୍ୟବସ୍ଥା ମାଧ୍ୟମରେ ୟୁପିଆଇ ପେମେଂଟ ଦିଗରେ ଶୁଳ୍କ ଲାଗୁ କରିବା ଦିଗରେ ପ୍ରଥମ ପଦକ୍ଷପ । ଏହା ଗତ ୬ ବଷ ର୍ ମଧ୍ୟରେ ନଗଦ ଟଙ୍କା ସହିତ ପ୍ରାୟ ସମାନ ସ୍ତରକୁ ଚାଲିଆସିଛି ।
ପେମେଂଟ ଭିଟିଭୂମି ପରିଚାଳନା ପାଇଁ ହେଉଥିବା ଖର୍ଚ୍ଚକୁ ଦର୍ଶାଇ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡିକ ଦୀର୍ଘଦିନ ଧରି ଏମଡିଆର ଶୁଳ୍କକୁ ପୁନର୍ବାର ଲାଗୁ ପାଇଁ ଦାବି କରି ଆସୁଛନ୍ତି । ସରକାର ରୁପେ ଡେବିଟ୍ କାର୍ଡ ଏବଂ କମ୍ ମୂଲ୍ୟର ଭିମ୍ ୟୁପିଆଇ କାରବାର (ପିଟୁଏମ)କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ୟୋଜନା ମାଧ୍ୟମରେ ଛୋଟ ବ୍ୟବସାୟୀଙ୍କୁ ୨ହଜାର ଟଙ୍କା ଯାଏଁ ପେମେଂଟ ଉପରେ ସବସିଡି ପ୍ରଦାନ କରିଆସୁଛନ୍ତି । ସେଥିପାଇଁ ୫୦କୋଟିରୁ କମ୍ କାରବାର ଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଏହି ପ୍ରୋତ୍ସାହନ ରାଶି କାରବାର ମୂଲ୍ୟର ୦.୧୫ ପ୍ରତିଶତରେ ସୀମିତ ରହିଛି । ୨୦୨୧-୨୨ ଆର୍ଥକ ବର୍ଷରେ (ଏଫଉଆଇ ୨୨) ରୁ ୨୦୨୪-୨୫ ଆର୍ଥକ ବର୍ଷର (ଏଫଉଆଇ ୨୫) ମଧ୍ୟରେ ସରକାର ଏହି ପ୍ରୋତ୍ସାହନ ୟୋଜନା ଅଧୀନରେ ମୋଟ୍ ୮,୭୩୦ କୋଟି ଟଙ୍କା ପ୍ରଦାନ କରିଥିଲେ ।
ୟୁପିଆଇ ଉପରେ ଏମଡିଆର ଲାଗୁ କରିବାକୁ କୌଣସି ଯୋଜନା ନାହିଁ ବୋଲି ମଧ୍ୟ ସରକାର କ୍ରମାଗତ ଭାବେ ଅସ୍ୱୀକାର କରିଆସୁଥିଲେ । ଏମିତିକି ଜୁନ୍ ୨୦୨୫ରେ ସୋସିଆଲ ମିଡିଆରେ ଅଥ ର୍ ମନ୍ତ୍ରାଳୟ ଏହାକୁ ମିଥ୍ୟା, ଭିତିହୀନ ଓ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ କହିଥିଲା । ସାଧାରଣ ଲୋକଙ୍କ ପାଇଁ ଥିବା ଲାଭକୁ ଆଖି ଆଗରେ ରଖି ୟୁପିଆଇ କାରବାର ମାଗଣାରେ ଜାରି ରହିପାରିଥାନ୍ତି ବୋଲି ସମାଲୋଚକ ମାନେ ୟୁକ୍ତି ବାଢନ୍ତି । ଏହା ସଠିକ ଦିଗରେ ଏକ ପଦକ୍ଷେପ ବୋଲି କୁହାୟାଇଛିା ମଙ୍ଗଳବାର ଜାରି ହୋଇଥିବା ଗେଜେଟ୍ ନୋଟିଫିକେସନ୍ ଅନୁସାରେ ୨ହଜାର ଟଙ୍କା ୟାଏଁ ୟୁପିଆଇ ଦେଣନେଣ ଦେୟମୁକ୍ତ ଏବଂ ୨ହଜାରରୁ ଅଧିକ ପେମେଂଟଣ୍ଟ କଲେ ୦.୪ ପ୍ରତିଶତର ଏକ ସମାନ ହାରରେ ଲାଗୁ ହେବ ଏମଡିଆର ।

