Latest Odisha News

BREAKING NEWS

ୟୁପିଏସସି ପ୍ରିଲିମ୍‌ ପାଇଁ ବୃଦ୍ଧି ହେଲା ପରୀକ୍ଷା କେନ୍ଦ୍ର, ଭୁବନେଶ୍ୱର ସହ ଏହି ଦୁଇ ସହରରେ ଅନୁଷ୍ଠିତ ହେବ

ଭୁବନେଶ୍ୱର: ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ପ୍ରିଲିମ୍‌ ପାଇଁ ବଢ଼ିଲା ୩ଟି ପରୀକ୍ଷା କେନ୍ଦ୍ର । ଆଗରୁ ସାରା ଦେଶରେ ୮୦ଟି ପରୀକ୍ଷା କେନ୍ଦ୍ର ଥିଲା ହେଲେ ଏବେ ନୂଆ ୩ଟି ଯୋଡି ହେବା ପରେ ଏହା ବୃଦ୍ଧି ପାଇ ୮୩ଟି ସଂଖ୍ୟାରେ ପହଞ୍ଚିଛି ।

ଆଗରୁ ଓଡ଼ିଶାରେ କଟକ ଓ ସମ୍ବଲପୁରରେ ୟୁପିଏସସି ପରୀକ୍ଷା କେନ୍ଦ୍ର ରହିଥିଲା । ହେଲେ ଏବେ ଏଥିରେ ଭୁବନେଶ୍ୱର ଯୋଡ଼ି ହୋଇଛି । ଭୁବନେଶ୍ୱର ସମେତ କାନପୁର, ମିରଟ ସହରରେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ।

ତେବେ ନୂଆ କରି ଦେଶରେ ଯୋଡ଼ି ହୋଇଥିବା ୩ଟି ସହର ପରେ କଟକ, ଲକ୍ଷ୍ନୌ ଓ ଗାଜିଆବାଦରୁ ପାଖାପାଖି ୨୩ ହଜାର ପରୀକ୍ଷାର୍ଥୀ କେନ୍ଦ୍ର ବଦଳାଇଥିବା ସୂଚନା ରହିଛି । ବିଶେଷ ଭାବେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା କେନ୍ଦ୍ର ମାନ ସହଯୋଗ କରିବ ।

Leave A Reply

Your email address will not be published.