Latest Odisha News

BREAKING NEWS

କିଙ୍ଗଖାନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫୀ ଜାଭେଦ ; କହିଲେ ମୋତେ ଦ୍ୱିତୀୟ ସ୍ତ୍ରୀ ରୂପେ ଗ୍ରହଣ କର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉର୍ଫୀ ଜାଭେଦ । ନିଜର ଲାଇଫ୍‌ ଷ୍ଟାଇଲ୍‌, ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାକୁ ଟାଣି ହୋଇ ଆସୁଥିବା ଉର୍ଫି ଏବେ ଶାହାରୁଖ୍‌ଙ୍କୁ ପ୍ରପୋଜ କରି ଚର୍ଚ୍ଚାରେ । ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି । ଏହି ସମୟରେ ବିଗ୍‌ବସ୍‌ ଫେମ୍‌ ଉର୍ଫି ଜାଭେଦ ଶାହାରୁଖଙ୍କ ପ୍ରତି ଥିବା ପ୍ରେମକୁ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ଶାହାରୁଖଙ୍କ ଦ୍ୱିତୀୟ ସ୍ତ୍ରୀ ହେବାକୁ ଚାହୁଁଛନ୍ତି।

ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଉର୍ଫି ଜାଭେଦଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ପାପାରାଜି ତାଙ୍କୁ ‘ପଠାନ୍‌’ ବିଷୟରେ ପ୍ରଶ୍ନ କରିଥିଲେ ଏବଂ ଫିଲ୍ମକୁ ବୟକଟ କରିଥିବା ଲୋକଙ୍କୁ ଆପଣ କ’ଣ କହିବାକୁ ଚାହାଁନ୍ତି ? ଏହି ପ୍ରଶ୍ନର ଉତ୍ତର ଦେଇ ଉର୍ଫି କହିଛନ୍ତି, ମୋତେ ବ୍ୟାନ୍‌ କରିଦିଅ ହେଲେ ଶାହରୁଖ ଖାନଙ୍କ ଫିଲ୍ମକୁ ଦେଖନ୍ତୁ । ଏହା ପରେ ଯେତେବେଳେ ସେ ଶାହାରୁଖ ଖାନଙ୍କ ପାଇଁ କ’ଣ କହିବାକୁ ଚାହାଁନ୍ତି ବୋଲି ପଚାରିବାରୁ ସେ କହିଛନ୍ତି ଶାହାରୁଖ ଖାନ ମୁଁ ଆପଣଙ୍କୁ ଭଲ ପାଏ । ଦୟାକରି ମୋତେ ଆପଣଙ୍କ ଦ୍ୱିତୀୟ ସ୍ତ୍ରୀ କରନ୍ତୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Instant Bollywood (@instantbollywood)

ଦୀର୍ଘ ୪ ବର୍ଷ ପରେ ଶାହାରୁଖ ଖାନ୍‌ଙ୍କୁ ପରଦାରେ ଦେଖିବାକୁ ମିଳିଛି  । ବହୁ ବାଦ ବିବାଦ ପରେ ‘ପଠାନ୍’ ରିଲିଜ୍‌ ହୋଇଥିଲା  । ରିଲିଜ ପରେ ୩ ଦିନରେ ପ୍ରାୟ ୩୦୦ କୋଟି ଆୟ କରିସାରିଲାଣି। ଫିଲ୍ମ ‘ପଠାନ’ରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ୟୁଆର୍‌ଏଫ୍‌ ଗୁପ୍ତଚର ୟୁନିଭର୍ସର ଏହା ହେଉଛି ଚତୁର୍ଥ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ପଠାନ ନାମକ ଜଣେ RAW ଏଜେଣ୍ଟ ଭୂମିକାରେ ଅଭିନୟ କରିଥିଲେ। ଏଥିସହିତ, ଜନ୍ ଆବ୍ରାହାମ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଯାହା ଦର୍ଶକଙ୍କ ମନକୁ ଛୁଇଁ ଯାଇଛି  ।

 

Leave A Reply

Your email address will not be published.