Latest Odisha News

ରଣଜୀ ଟ୍ରଫି: କ୍ୱାର୍ଟରରେ ପ୍ରବେଶ କରିପାରିଲାନି ୪୧ ଥର ବିଜେତା ମୁମ୍ବାଇ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଶନିବାର ବଡ ବିପର୍ଯ୍ୟୟ ଘଟିଛି । ୪୧ ଥର ବିଜେତା ମୁମ୍ବାଇ ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇପାରିନି । ଶେଷ ପୁଲ ମ୍ୟାଚରେ କ୍ୱାର୍ଟରକୁ ଉନ୍ନୀତ ହେବା ପାଇଁ ମହାରାଷ୍ଟ୍ର ବିପକ୍ଷରେ ମୁମ୍ବାଇକୁ ନିଶ୍ଚିତ ବିଜୟର ଆବଶ୍ୟକତା ରହିଥିଲା । ମାତ୍ର ଏହି ମ୍ୟାଚ ଡ୍ର ରହିଥିଲା । ମୁମ୍ବାଇ ବିଜୟ ପାଇଁ ଶେଷ ଦିନ ୨୫୩ ରନର ଆବଶ୍ୟକତା ରହିଥିଲା । ୫୧ ରନରେ ୪ଟି ୱିକେଟ ହରାଇବା ପରେ ଦଳ ଧିମା ବ୍ୟାଟିଂ କରି ୧୯୫ ରନ କରିଥିଲା । ଫଳରେ ମ୍ୟାଚ ଅମୀମାଂଶିତ ରହିଥିଲା ।

ଅପରପକ୍ଷରେ କ୍ୱାର୍ଟରରେ ପ୍ରବେଶ କରି ସାରିଥିବା ସୌରାଷ୍ଟ୍ରକୁ ତାମିଲନାଡୁ ୫୯ ରନରେ ପରାସ୍ତ କରିଛି । ବିଜୟ ପାଇଁ ଅନ୍ତିମ ଦିବସରେ ସୌରାଷ୍ଟ୍ରକୁ ୨୬୬ ରନ ଆବଶ୍ୟକ ହେଉଥିବା ବେଳେ ଦଳ ୨୦୬ ରନ ସଂଗ୍ରହ କରି ଅଲଆଉଟ ହୋଇ ଯାଇଥିଲା । ହାର୍ଭିକ ଦେଶାଇ ୧୦୧ ରନ କରିଥିଲେ ।

Leave A Reply

Your email address will not be published.