Latest Odisha News

BREAKING NEWS

ଆଇପିଏଲରେ ଉର୍ବିଲ ପଟେଲଙ୍କ ଦ୍ରୁତତମ ଅର୍ଦ୍ଧଶତକ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଉର୍ବିଲ ପଟେଲ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଯଶସ୍ୱୀ ଜୈସୱାଲଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ମାତ୍ର ୧୩ ବଲରେ ଏହି ଐତିହାସିକ ଇନିଂସ ଖେଳିଥିଲେ । ୭ଟି ବଲରେ ସେ କ୍ରମାଗତ ୬ଟି ଛକା ଓ ଗୋଟିଏ ଚୌକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ପୂର୍ବରୁ ଯଶସ୍ୱୀ ୧୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏମାନଙ୍କ ପଛକୁ କେଏଲ ରାହୁଲ, ରୋମାରିଓ ଶେଫାର୍ଡ, ପ୍ୟାଟ କୁମିନ୍ସ ୧୪ ବଲରେ ଏବଂ ସୁନୀଲ ନାରିନ, ୟୁସୁଫ ପଠାନ, ନିକୋଲସ ପୂରନ ଓ ଅଭିଷେକ ଶର୍ମା ୧୫ ବଲରେ ଏହି ସଫଳତା ହାସଲ କରିଛନ୍ତି । ଉର୍ବିଲ ୨୩ ବଲରେ ୨ ଚୌକା ଓ ୮ ଛକା ସହାୟତାରେ ୬୫ ରନ କରି ଆଉଟ ହୋଇଥିଲେ । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ଲକ୍ଷ୍ନୌ ପକ୍ଷରୁ ଜୋଶ ଇଂଲିଶ ୩୩ ବଲରେ ୮୫ ରନ କରିଥିଲେ । ଆଇପିଏଲ ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ ରଖିବା ପାଇଁ ଲକ୍ଷ୍ନୌକୁ ବିଜୟ ଆବଶ୍ୟକ ଜରୁରୀ । ଅନ୍ୟଥା ସମ୍ପୂର୍ଣ୍ଣ ଭାବେ ଏଥିରୁ ବାଦ ପଡିବ ।

Leave A Reply

Your email address will not be published.